ଭାରତରେ ବ୍ୟାନ୍ ପରେ ଅଲିବାବା ଅଫିସରେ ତାଲା : ୟୁସି ବ୍ରାଉଜରର ୨୬କର୍ମଚାରୀ ବରଖାସ୍ତ
16/07/2020 at 2:58 PM

ନୂଆଦିଲ୍ଲୀ ୧୬/୭: କେନ୍ଦ୍ର ସରକାର ଦ୍ବାରା ୫୯ ଚାଇନା ଆପକୁ ବ୍ୟାନ୍ କରିବା ନିଷ୍ପତ୍ତି ପରେ ଏବେ ଚୀନର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଅଲିବାବା ଭାରତରେ ୟୁସି ବ୍ରାଉଜର ଏବଂ ନିଜ ନ୍ୟୁଜର ଅପରେସନକୁ ବନ୍ଦ କରି ଦେଇଛି।
କମ୍ପାନୀ ନିଜ ଅଲିବାବାର ବେତନ-ନିଧିରେ କାମ କରୁଥିବା ପାଖାପାଖି ୨୬ଭାରତୀୟ କର୍ମଚାରୀଙ୍କୁ ମଧ୍ୟ ବରଖାସ୍ତ କରି ଦେଇଛି। କମ୍ପାନୀ ସରକାର ଦ୍ବାରା ଏପକୁ ବନ୍ଦ କରିବା ପ୍ରସଙ୍ଗ କହି ସମସ୍ତଙ୍କୁ ବାହାର କରିଛି। କମ୍ପାନୀ ନିଜର ଏହି କର୍ମଚାରୀଙ୍କୁ କ୍ଷତିପୂରଣ ଦେବା କଥା କହିଛି।
ଅଲିବାବା ତରଫରୁ ସମସ୍ତ କର୍ମଚାରୀଙ୍କୁ ନିଜ ମୁମ୍ବାଇ ଏବଂ ଗୁରୁଗ୍ରାମ ଅଫିସକୁ ବନ୍ଦ କରିବାର ସୂଚନା ମଧ୍ୟ ଦିଆଯାଇଛି।
ଅଲିବାବାର ୟୁସି ବ୍ରାଉଜର ଭାରତରେ ଗୁଗଲ୍ ପରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଆପ୍ ଅଟେ ଏବଂ ଜ୍ୟାକ୍ ମାଙ୍କ ଅଲିବାବା ବିଶ୍ବର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ମଧ୍ୟରୁ ଗୋଟିଏ।
ଜୁନ୍ ୨୯ତାରିଖରେ କେନ୍ଦ୍ର ସରକାର ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁସି ବ୍ରାଉଜର,ୟୁସି ନ୍ୟୁଜ,ଓ୍ବିମେଟ,ଓ୍ବଚ୍ୟାଟ,ଟିକଟକ,ସେୟାର ଇଟ୍ ସମେତ ମୋଟ ୫୯ ଚାଇନା ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ବର୍ତ୍ତମାନ ଅଲିବାବାର ଏଭଳି ନିଷ୍ପତ୍ତିରେ କର୍ମଚାରୀ ଚିନ୍ତିତ ଅଛନ୍ତି ଏବଂ ନୂଆ ଚାକିରୀ ସନ୍ଧାନରେ ଅଛନ୍ତି।