Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

ଏଥର ଦୀପାବଳି ପାଳନ କରିବେ ନାହିଁ ଆଲିୟା ଭଟ୍ଟ : ଜାଣନ୍ତୁ କାରଣ

26/10/2019 at 1:14 PM

ମୁମ୍ବାଇ ୨୬/୧୦: ଖୁବ୍ କମ୍ ସମୟ ମଧ୍ୟରେ ନିଜର ଦମଦାର ଆକ୍ଟିଙ୍ଗ ଏବଂ କ୍ୟୁଟନେସ୍ ପାଇଁ ଆଲିୟା ଭଟ୍ଟ ବଲିଉଡରେ ଖୁବ୍ ନାଁ କମାଇପାରିଛନ୍ତି। ଆଲିୟା କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ତାଙ୍କ କାମ ପାଇଁ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ତାଙ୍କ ଚର୍ଚ୍ଚାରେ ରହିବାର କାରଣ ହୋଇଥାଏ। ଏବେ ସେ ଦୀପାବଳି ପାଇଁ ଚର୍ଚ୍ଚାରେ ଅଛନ୍ତି।

ସୂଚନା ଅନୁଯାୟୀ ଆଲିୟା ଭଟ୍ଟ ଏଥର ଦୀପାବଳି ପାଳନ କରିବେ ନାହିଁ। ଏହା ପଛରେ କାରଣ ହେଉଛି ତାଙ୍କ ଓ୍ବାର୍କ କମିଟମେଣ୍ଟସ୍। ଆଲିୟା ଭଟ୍ଟ ବର୍ତ୍ତମାନ ବାପା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ କୌଣସି ବ୍ୟତିରେକ ଛାଡ଼ିବାକୁ ଚାହଁନ୍ତି ନାହିଁ।

ଆଲିୟା ‘ସଡ଼କ ୨’ର ଶୁଟିଂ ପାଇଁ ଉଟି ବାହାରି ଗଲେଣି। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ସ୍ପଟ୍ କରାଯାଇଥିଲା। ‘ସଡ଼କ ୨’ରେ ତାଙ୍କ ଭଉଣୀ ପୂଜା ଭଟ୍ଟ,ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ୨୦୨୦ମସିହା ଜୁଲାଇ ୧୦ତାରିଖରେ ରିଲିଜ ହେବ।

ଆଲିୟାଙ୍କ ଫିଲ୍ମି କ୍ୟାରିୟର କଥା କହିବା ଯଦି ତାଙ୍କ ଶେଷ ଫିଲ୍ମ ‘କଲଙ୍କ’ ଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ୍ କମାଲ କରି ପାରିନଥିଲା। ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟରେ ‘ସଡ଼କ ୨’ ବ୍ୟତୀତ ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଚର୍ଚ୍ଚାରେ ରହିଛି।

ଫିଲ୍ମ ବ୍ୟତୀତ ଆଲିୟା ଏବଂ ରଣବୀର କପୁରଙ୍କ ଆଫେୟାରର ଖବର ଏବେ ଚର୍ଚ୍ଚାରେ ରହିଛି। ନିକଟରେ ରଣବୀର ଏବଂ ଆଲିୟାଙ୍କ ଓ୍ବେଡିଙ୍ଗ କାର୍ଡ଼ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ସେ କାର୍ଡ଼ ଫେକ୍ ଥିଲା।

   Related Posts