ସୁଟିଂ ସେଟ୍ରେ ଅସୁସ୍ଥ ହୋଇପଡିଥିଲେ ଆଲିୟା
19/01/2021 at 12:10 PM

ମୁମ୍ବାଇ ୧୯/୦୧ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଲଗାତାର ଭାବେ ସୁଟିଂରେ ବ୍ୟସ୍ତ ରହୁଛନ୍ତି । ସେ ଏକସଙ୍ଗେ ଅନେକ ଗୁଡିଏ ଫିଲ୍ମର ସୁଟିଂ ଚାରି ରଖିଛନ୍ତି । ଏହି ମଧ୍ୟରେ ‘ଗଙ୍ଗୁବାଇ କାଠିଆଓ୍ବାଡୀ’ ଫିଲ୍ମ ସୁଟିଂ ସମୟରେ ଆଲିଆ ଅସୁସ୍ଥ ହୋଇପଡିଥିଲେ । ଯାହାଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଡିଆ ରିପୋର୍ଟ ମୁତାବକ ଜାନୁୟାରୀ ୧୭ରେ ସେ ଥକାପଣ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା ।
ଏହା ସହ ଆଲିଆଙ୍କର ହାଇପର ଏସିଡିଟି ଏବଂ ବାନ୍ତି ଲାଗିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ ପରେ କିଛି ସମୟ ହସ୍ବିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ୍ କରାଯାଇଥିଲା । ତେବେ ଆଲିୟା ହସ୍ବିଟାଲ ଯିବା ନେଇ ଫଲ୍ମ ଟିମ୍ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ ।
ତେବେ ସୁଟିଂ ଚାଲିଥିବା ଆଲିୟାଙ୍କ ପରବର୍ତ୍ତୀ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡୀ’ ବିଷୟରେ କହିବାକୁ ଗଲେ, ଗଙ୍ଗୁବାଇ ଗୁଜରାଟର କାଠିଆବାଡରେ ରହୁଥିଲେ । ଯାହାକୁ ଆଧାର କରି ଫିଲ୍ମର ଟାଇଟଲ ‘ଗଙ୍ଗୁବାଇ କାଠିଆଓ୍ବାଡୀ’ ରଖାଯାଇଛି । ଗଙ୍ଗୁବାଇ ଯିଏକି ମାତ୍ର ୧୬ ବର୍ଷ ବୟସରେ ନିଜ ପିତାଙ୍କ ଆକାଉଣ୍ଟାଣ୍ଟକୁ ବିବାହ କରିଥିଲେ । ଏହାର କିଛି ଦିନ ପରେ ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେବା ସହ ୫ଶହ ଟଙ୍କାରେ ତାଙ୍କୁ ଦେହ ଦଲାଲଙ୍କୁ ବିକ୍ରି କରିଦେଇଥିଲେ ।
ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡୀ’କୁ ନେଇ ଅନେକ ବିବାଦ ମଧ୍ୟ ସାମ୍ନାକୁ ଆସିଛି । ଗଙ୍ଗୁବାଇ କାଠିଆଓ୍ବାଡୀଙ୍କ ପୁଅ ଫିଲ୍ମର କଣ୍ଟେଣ୍ଟ୍କୁ ନେଇ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଯେଉଁ ବହିକୁ ଆଧାରକରି ଏହି ଫିଲ୍ମ ତିଆରି କରାଯାଉଛି ସେଥିରେ କିଛି ଭାଗ ଠିକ୍ ନାହିଁ ।