ରାଜାମୌଲୀଙ୍କ ଫିଲ୍ମରେ ନଜର ଆସିବେ ଆଲିୟା ଭଟ୍ଟ, ଏହି ସାଉଥ ଅଭିନେତାଙ୍କ ସହ କରିବେ ଅଭିନୟ

Published By : Prameya-News7 Bureau | June 09, 2019 IST

ମୁମ୍ବାଇ୯|୬: ଫିଲ୍ମ ଆର୍‌ ଆର୍‌ ଆର୍‌କୁ ନେଇ ଦର୍ଶକ ବେଶ ଉତ୍ସାହିତ । କାରଣ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏସ୍‌ ଏସ୍‌ ରାଜାମୌଲୀ । ବାହୁବଳି ଭଳି ଏହି ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ବେଶ ଦେଖିବାକୁ ମିଳୁଛି। ୪୦୦ କୋଟି ବଜେଟ୍‌ରେ ଏହି ଫିଲ୍ମ ନିର୍ମିତ ହେଉଛି । ଏହି ଫିଲ୍ମରେ ବଲିଉଡର ଶ୍ରେଷ୍ଠ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅଭିନୟ କରି ଆଲିୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

{"id":121301}

ଅକ୍ଷୟ କୁମାରଙ୍କ ପରେ ଅଜୟ ଏବେ ନେଗେଟିଭ୍‌ ରୋଲରେ ପରଦାରେ ନଜର ଆସିବେ। ପ୍ରଥମ ଥର ପାଇଁ ସାଉଥ ଫିଲ୍ମରେ ଅଜୟ ଦେବଗନ ଖଳନାୟକ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରରେ ଆଲିୟାଙ୍କ ବିପକ୍ଷରେ ସାଉଥର ଶ୍ରେଷ୍ଠ ଅଭିନେତା ଜୁନିଅର୍‌ ଏନ୍‌ଟିଆର ଓ ରାମଚରଣଙ୍କୁ ଦେଖିବାକୁ ମିଳିବ। ରାଜାମୌଲୀ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି କାରଣ ସେ ଏକା ସହ ୪ ଜଣ ସୁପରଷ୍ଟାରଙ୍କ ସହ କାମ କରିବେ। ଏହି ଷ୍ଟାରଙ୍କ ପ୍ରତିଭା ଅତ୍ୟନ୍ତ ମନଲୋଭା ତେଣୁ ସେ ଏହି ସୁଯୋଗ ହାତଛଡା କରିବାକୁ ଚାହାନ୍ତି ନାହିଁ ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

{"id":121302}

ଅଜୟ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେଇଛନ୍ତି । ଫିଲ୍ମର ପୂରା ନାଁ "ରାମ ରାୱଣ ରାଜ୍ୟ" ରଖାଯାଇଛି । ଅଜୟ ଏଥିରେ ରାୱଣର ଚରିତ୍ରରେ ଅଭିନୟ କରିବେ । ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ୨୦୨୦ ମସିହା ଜୁଲାଇ ମାସ ୩୦ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଦର୍ଶକ ସୋସିଆଲ ମିଡିଆରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଶେଆର କରିଛନ୍ତି ଓ ଏହି ଫିଲ୍ମ ମୁକ୍ତିଲାଭ ହେବାର ଅପେକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.