Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲିଜ୍‌ ହେଲା ଆଲିୟାଙ୍କ ଫିଲ୍ମ’ଗଙ୍ଗୁବାଈ କାଠିୟାୱାଡି’ର ପ୍ରଥମ ପୋଷ୍ଟର

ମୁମ୍ବାଇ୧୫|୧: ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଦମ୍‌ଦାର ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଟ୍ୟାଲେଣ୍ଟଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ନଜର ଆସିବେ।  ଆଲିୟାଙ୍କର ଅନେକ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି।

ପ୍ରଥମଥର ପାଇଁ ସେ ଭନ୍‌ସାଲିଙ୍କ ଫିଲ୍ମରେ କାମ କରିବେ। ନିକଟରେ ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ମୋଶନ୍‌ ପୋଷ୍ଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଖୁବ୍‌ ଶୀଘ୍ର ଫିଲ୍ମର ପ୍ରଥମ ଲୁକ୍‌ ମଧ୍ୟ ରିଲିଜ୍‌ ହେବ ବୋଲି କୁହାଯାଇଛି। ଫିଲ୍ମରେ ଆଲିୟାଏକ ଭିନ୍ନ ଅବତାରରେ ନଜର ଆସିବେ।

ଆଲିୟା ଏହି ଫିଲ୍ମରେ ଅଭିନୟ କରିବା ନେଇ ବେଶ ଉତ୍ସାହିତ ଅଛନ୍ତି। ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡି’ ପୋଷ୍ଟରରେ ଆଲିୟାଙ୍କର ଏକ ଅଲଗା ଲୁକ୍‌ ଦେଖିବାକୁ ମିଳିଛି। ହେଲେ ଫିଲ୍ମରେ ଅଭିନୟ କରିବା ଆଲିୟାଙ୍କ ପାଇଁ ଏତେ ସହଜ ହେବନାହିଁ।

ଏହି ଫିଲ୍ମ ପାଇଁ ଆଲିୟା ନିଜକୁ ପ୍ରସ୍ତୁତ କରୁଛନ୍ତି। ଫିଲ୍ମ ପାଇଁ ଆଲିୟା ଗୁଜରାଟୀ ଭାଷା ଏବଂ ବିଶେଷକରି କାଠିୟାଓ୍ବାଡି ଭାଷା କହିବା, ଚାଲିଚଳନ ଏବଂ ପରମ୍ପରାକୁ ଶିଖୁଛନ୍ତି। ଫିଲ୍ମଟି ପ୍ରକୃତରେ ଆଲିୟାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ, ଚଳିତବର୍ଷ ସେପ୍ଟେମ୍ବର ମାସରେ ଫିଲ୍ମଟି ରିଲିଜ୍‌ ହେବ।

150 Views

   ସମ୍ବନ୍ଧିତ ଖବର


Loading...