ଆଲିୟା ଭଟ୍ଟ ସେୟାର କଲେ କ୍ୱାରେଣ୍ଟାଇନ୍ ସେଲଫି, ରଣବୀରଙ୍କ ମା’ ନୀତୁ କପୁର ଦେଲେ କମେଣ୍ଟ୍

Published By : Prameya-News7 Bureau | April 06, 2021 IST

ମୁମ୍ବାଇ ୦୬/୦୪: ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ଏହି ସମୟରେ ମଧ୍ୟ ସେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ । ନିକଟରେ ସେ ନିଜ ସୋସିଆଲ ଆକାଉଣ୍ଟରେ ଏକ ସୁନ୍ଦର ସେଲଫି ସେୟାର କରିଛନ୍ତି । ଏହି ଫଟୋରେ ଆଲିୟାଙ୍କ ଫ୍ୟାନ୍ସ ସମେତ ଅନେକ ସେଲିବ୍ରେଟୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଲିୟା ଶିଘ୍ର ଭଲ ହୋଇଯିବା ପାଇଁ ସମସ୍ତେ ପ୍ରାର୍ଥନା କରୁଥିବା ଦେଖାଯାଇଛି । ଏହି ସେଲିବ୍ରେଟିମାନଙ୍କ ମଧ୍ୟରେ ରଣବୀର କପୁରଙ୍କ ମା ନୀତୁ କପୁର ଏବଂ ଭଉଣୀ ଋଦ୍ଧିମା କପୁର ମଧ୍ୟ ସାମିଲ ଅଛନ୍ତି ।

{"width":617,"height":346}
One day at a time': COVID-19 positive Alia Bhatt gives a glimpse into her  quarantine life

ଆଲିୟା ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟେଡୀ ସହିତ ବେଡ୍ ରେ ଶୋଇଥିବାର ନଜର ଆସିଛନ୍ତି । ଏହି ଫଟୋ ଦେଖି ଏହା ଜଣାଯାଉଛି ଯେ ଆଲିଆଙ୍କ ସ୍ୱାସ୍ଥ୍ୟ ଭଲ ଅଛି । ଏହି ଫଟୋରେ ନୀତୁ କପୁର ହାର୍ଟ ଏବଂ ସ୍ମାଇଲ୍ ଇମୋଜି ଦେଇଥିବା ବେଳେ, ଋଦ୍ଧିମା କପୁର ଲେଖିଛନ୍ତି, ‘କ୍ୟୁଟନେସ୍’ ।

{"id":433940,"width":620,"height":404,"sizeSlug":"large","linkDestination":"none"}

ନୀତୁ ଏବଂ ଋଦ୍ଧିମାଙ୍କ ବ୍ୟତୀତ ନେହା ଧୁପିୟା, ଦିୟା ମିର୍ଜା, ଅଥିୟା ଶେଟ୍ଟୀ, ଡବୁ ରତନାନୀଙ୍କ ଭଳି ସେଲିବ୍ରିଟିମାନେ କମେଣ୍ଟ ମାଧ୍ୟମରେ ଆଲିୟାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଫଟୋ ସେୟାର କରି ଆଲିୟା ଲେଖିଥିଲେ , ‘ୱାନ୍ ଡେ ଆଟ୍ ଏ ଟାଇମ୍ ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.