କପୁର ଖାନଦାନରେ କିଭଳି ପାଳନ ହେଲା ରାକ୍ଷୀ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ

Published By : Prameya-News7 Bureau | August 03, 2020 IST

ମୁମ୍ବାଇ ୩/୮: ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୂରା କପୁର ପରିବାର ଏକାଠି ନଜର ଆସିଥିଲା। କରୀନା କପୁର ଖାନ୍ ସୋସିଆଲ୍ ମିଡିଆରେ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି। ଏଥିରେ ଆଲିୟା ଭଟ୍ଟ,ରଣବୀର କପୁର,କରୀନା କପୁର,ସୈଫ ଅଲ୍ଲୀ ଖାନ,ରିଦ୍ଧିମା କପୁର,ଅରମାନ ଜୈନ ଏବଂ ଆଦର ଜୈନ ଏକାଠି ନଜର ଆସିଛନ୍ତି। ସମସ୍ତେ ସ୍ପେଶାଲ ଲଞ୍ଚ ଏକାଠି ଏଞ୍ଜୟ କଲେ। ଏହା ସହିତ କପୁର ପରିବାରରେ ତାରା ସୂତାରିୟା ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ମଧ୍ୟ ନଜର ଆସିଥିଲେ।

wp:core-embed/instagram {"url":"https://www.instagram.com/p/CDbIoT3JJFl/","type":"rich","providerNameSlug":"instagram","className":""}
https://www.instagram.com/p/CDbIoT3JJFl/
/wp:core-embed/instagram

ଫଟୋ ସେୟାର କରି କରୀନା କପୁର ଖାନ୍ ଲେଖିଛନ୍ତି ଯେ ଫ୍ୟାମିଲି ଲଞ୍ଚ,ଲୋଲୋ ଆମେ ସମସ୍ତେ ତୁମକୁ ବହୁତ ମିସ୍ କରୁଛୁ। କରିଶ୍ମା କପୁର ଏହି ଲଞ୍ଚରେ ସାମିଲ ହୋଇପାରିନଥିଲେ। ଏହା ସହିତ ରିଦ୍ଧିମା କପୁର ମଧ୍ୟ ଭାଇ ରଣବୀର କପୁରଙ୍କ ସହ ଏକ ସେଲଫି ପୋଷ୍ଟ କରିଛନ୍ତି।

wp:core-embed/instagram {"url":"https://www.instagram.com/p/CDa_rA-HhDT/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CDa_rA-HhDT/?utm_source=ig_embed
/wp:core-embed/instagram

ଫ୍ୟାମିଲି ଫଟୋରେ ନିତୁ କପୁର,ରଣଧୀର କପୁର,ରୀମା ଜୈନ ଏବଂ ଅନିସା ମାଲହୋତ୍ରା ମଧ୍ୟ ଏକାଠି ନଜର ଆସିଥିଲେ। କରିଶ୍ମା କପୁର ଏକ ଭିଡିଓ ପୋଷ୍ଟ କରି ସବୁ ଭାଇଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.