ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଆଲିଆ, ଶିଖୁଛନ୍ତି ତେଲୁଗୁ
7/04/2019 at 7:01 PM

ମୁମ୍ବାଇ ୭/୪ : ଆଲିଆ ଭଟ୍ଟ ବହୁତ କମ ସମୟରେ ବହୁତ ନାଁ କମାଇଛନ୍ତି | ନିଜ ପରିଶ୍ରମ ଏବଂ ଅଭିନୟ ଦମରେ ଆଲିଆ ଇଣ୍ଡଷ୍ଟ୍ରିରେ ଅଳ୍ପ ସମୟରେ ଖୁବ ନାଁ କମାଇଛନ୍ତି | ନିଜ ଅଭିନୟର ଜଲୱା ଏବେ ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ଦେଖାଇବାକୁ ଯାଉଛନ୍ତି | ଫିଲ୍ମ ବାହୁବଲିର ନିର୍ଦେଶକ ଏସ.ଏସ.ରାଜାମୌଲିଙ୍କ ଫିଲ୍ମ RRR ରେ ଅଭିନୟ କରି ଆଲିଆ ଭଟ୍ଟ ଦକ୍ଷିଣ ଭାରତୀୟ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି | ଫିଲ୍ମରେ ସେ ରାମଚରଣ ତେଜାଙ୍କ ବିପକ୍ଷରେ ଅଭିନୟ କରିବେ |

ଆଲିଆ ନିଜ ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ବର୍ତ୍ତମାନ ଆଲିଆ ତେଲୁଗୁ ଶିଖୁଛନ୍ତି | ଫିଲ୍ମରେ ଡାଇଲଗ କହିବାବେଳେ ତାଙ୍କୁ ଯେମିତି କୌଣସି ଅସୁବିଧା ନ ହେଉ ସେଥିପାଇଁ ଜଣେ ଶିକ୍ଷକଙ୍କ ଠାରୁ ସେ ତେଲୁଗୁ ଭାଷା ଶିଖୁଛନ୍ତି |

ଏକ ଇଣ୍ଟରଭିୟୁରେ ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ | ତେଲୁଗୁ ଶିଖିବା ତାଙ୍କ ପାଇଁ ଏକ କଷ୍ଟକର ଚ୍ୟାଲେଞ୍ଜ | କିନ୍ତୁ ସେ ଏହି ଭାଷାକୁ ସଠିକ ଭାବେ ଶିଖିବାକୁ ଚାହୁଁଛନ୍ତି | କାରଣ କିଛି ଶବ୍ଦର ଉଚ୍ଚାରଣ ଠିକ ସେହିଭଳି କରାଯାଏ ଯେମିତି ତାର ଉଚ୍ଚାରଣ ହେବ କଥା | ଭାଷା ବୁଝିବା ପରେ ସେ ନିଜ ଭାବନାକୁ ବ୍ୟକ୍ତ କରିପାରିବେ ବୋଲି କହିଛନ୍ତି ଆଲିଆ |