ରୋଜଗାର ମାମଲାରେ ଶୀର୍ଷରେ ଆଲିଆ ଭଟ୍ଟ: ବର୍ଷେରେ ଆୟ କରିଛନ୍ତି ଏତିକି କୋଟି ଟଙ୍କା

Published By : Prameya-News7 Bureau | January 21, 2021 IST

ମୁମ୍ବାଇ ୨୧/୦୧ : ବର୍ଷ ୨୦୨୦ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ସମୟ ଥିଲା। ବଲିଉଡର ଅନେକ କଳାକାର ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଏହି ବର୍ଷ କୌଣସି ବଡ ଫିଲ୍ମ ରିଲିଜ ହୋଇନାହିଁ। ରିଲିଜ ହେବାକୁଥିବା ଫିଲ୍ମର ତାରିଖ ମଧ୍ୟ ସ୍ଥଗିତ ରଖି ଦିଆଯାଇଥିଲା। ଅନେକ କଳାକାର ଆର୍ଥିକ ସ୍ଥିତି ଦେଇ ଗତି କଲେ। ଜମା ପୁଞ୍ଜି ଶେଷ ହୋଇଯିବାରୁ ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡିଥିଲା। କିଛି କଳାକାର ଆର୍ଥିକ ସମସ୍ୟା ଯୋଗୁଁ ନିଜ ହୋମ୍ ଟାଉନକୁ ଚାଲି ଯାଇଥିଲେ। କିନ୍ତୁ ବଲିଉଡ୍ ଅଭିନେତ୍ରୀଙ୍କୁ ଏସବୁ ସାମ୍ନା କରିବାକୁ ପଡିନି। ଅଭିନେତ୍ରୀଙ୍କ ପାଖରେ ୨୦୧୯ର ଶେଭିଂ ଥିଲା ଏବଂ ୨୦୨୦ରେ ରୋଜଗାର ପନ୍ଥା ଥିଲା ବିଜ୍ଞାପନ। ବିଜ୍ଞାପନ ଜରିଆରେ ରୋଜଗାର ଜାରି ରହିଲା।

{"id":396035,"sizeSlug":"large","linkDestination":"none"}

ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ଷ ୨୦୨୦ ରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି। କରୋନା ମହାମାରୀ ଓ ଲକଡାଉନ୍ ସମୟରେ ସେ ପୁରା ରିଲାକ୍ସ ଥିଲେ। ୨୦୧୯ ରେ ଆଲିଆ ଭଟ୍ଟ ୫୯.୧୨ କୋଟି ଟଙ୍କା ରୋଜଗାର କରିଥିଲେ। ୨୦୧୯ ରେ ସେ 'ଗଲ୍ଲି ବଏ' ଭଳି ହିଟ୍ ଫିଲ୍ମ ଦେଇଥିଲେ। ଫିଲ୍ମ ଗଲ୍ଲି ବଏ ପାଇଁ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ ମିଳିଥିଲା।

{"id":396036,"sizeSlug":"large","linkDestination":"none"}

ଏହାପରେ କରଣ ଜୋହରଙ୍କ 'କଳଙ୍କ'ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସେ ବରୁଣ ଧୱନଙ୍କ ବିପକ୍ଷରେ ନଜର ଆସିଥିଲେ। କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଚାଲିନଥିଲା। କିନ୍ତୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ମଧ୍ୟ ସେ ଭଲ ରୋଜଗାର କରିଥିଲେ। ଏହି ସମୟରେ ଲେଜ୍, ଫ୍ରୁଟି, ଫ୍ଲିପକାର୍ଟ ଆଦିର ବିଜ୍ଞାପନ କରିଥିଲେ ଯେଉଁଥିରେ ତାଙ୍କର ଭଲ ରୋଜଗାର ହୋଇଥିଲା।

{"id":396037,"sizeSlug":"large","linkDestination":"none"}

ବର୍ଷ ୨୦୨୦ ବଲିଉଡ ପାଇଁ ଜିରୋ ଇୟର ଥିଲା। ବର୍ଷ ୨୦୨୧ ନୂଆ ଆଶା ନେଇ ଆସିଛି। ଆଲିଆ କମ୍ ବୟସରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀ। ବର୍ତ୍ତମାନ ସେ ବ୍ରହ୍ମାସ୍ତ୍ର ଓ ଗାଙ୍ଗୁବାଇ କାଠିଆୱାଡ ପାଇଁ ସୁଟିଂ କରୁଛନ୍ତି। ବ୍ରହ୍ମାସ୍ତ୍ରରେ ସେ ବଏଫ୍ରେଣ୍ଡ ରଣବୀର କପୁରଙ୍କ ସହ ନଜର ଆସିବେ। ଏଥିରେ ଅମିତାଭ ବଚ୍ଚନ, ମୌନି ରାୟ, ନାଗାର୍ଜୁନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅୟାନ ମୁଖାର୍ଜୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.