ଛୋଟ କଥାରେ ବଡିଗାର୍ଡଙ୍କ ଉପରେ ବର୍ଷିଲେ ଆଲିୟା, ୟୁଜର୍ସ କହିଲେ”ଏ କେମିତି ବ୍ୟବହାର”

Published By : Prameya-News7 Bureau | September 19, 2019 IST

ମୁମ୍ବାଇ୧୯|୯: ଫିଲ୍ମ ବ୍ୟତୀତ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ସଂପର୍କ ବେଶ ଚର୍ଚ୍ଚାରେ ରହେ।ଆଲିୟାଙ୍କୁ ଅଧିକାଂଶ ସମୟରେ ଫ୍ୟାନ୍ସଙ୍କ ସହ ସ୍ପଟ କରାଯାଏ।ସେ ପ୍ରଶଂସକଙ୍କ ସହ “କଂଫର୍ଟ ମୋଡ୍‌ରେ” ଥାନ୍ତି। ସେମାନଙ୍କ ସହ ଆଲିୟା ଖୁବ ଭଲ ଭାବେ ବ୍ୟବହାର କରନ୍ତି। କାହାକୁ ଅସମ୍ମାନ କରନ୍ତି ନାହିଁ ଆଲିୟା। ହେଲେ ଏବେ ଆଲିୟାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ନିଜ ବଡିଗାର୍ଡଙ୍କ ସହ ବହୁତ ଖରାପ ବ୍ୟବହାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି।

{"id":159833,"width":572,"height":489}

ଭିଡିଓରେ ଦେଖାଯାଇଛି ଯେ, ଆଲିୟା ନିଜ ଫିଲ୍ମ ସେଟ୍‌ରେ ପହଞ୍ଚିଛନ୍ତି। ତାଙ୍କ ଆସିବା ପୂର୍ବରୁ ବଡିଗାର୍ଡ ସେଠାରେ ଅପେକ୍ଷା କରିଥିଲେ। ହେଲେ ଆଲିୟା ଗାଡିରୁ ଓହ୍ଲାଇବା ପରେ ବଡିଗାର୍ଡ ତାଙ୍କ ଆଗରେ ଚାଲୁଥିଲେ। ଯେତେବେଳେ ତାଙ୍କୁ ଅନୁଭବ ହେଲା ଯେ, ସେ ଆଲିୟାଙ୍କ ଆଗରେ ଚାଲୁଛନ୍ତି ସେ ତୁରନ୍ତ ପଛକୁ ଯାଇଥିଲେ। ସେତେବେଳେ ଆଲିୟା ତାଙ୍କୁ ରାଗି କହିଲେ “ ଆପ ଲୋଗ ଆଗେ ଯାଇଏ”। ଏହି ସାମାନ୍ୟ କଥାରେ ଆଲିୟା ଭଡକିଯାଇଥିଲେ। ଯାହା ଦର୍ଶକ ପସନ୍ଦ କରୁନାହାନ୍ତି।

{"id":159834}

ଆଲିୟାଙ୍କର ଏହି ଭିଡିଓ ଭିରଲ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ତାଙ୍କର ଏହି ଭିଡିଓ ପାଇଁ ଆଲିୟା ବହୁତ ଟ୍ରୋଲ ହେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଆଲିୟାଙ୍କୁ ଯିଏ ଗାର୍ଡ କରେ ତାଙ୍କ ସହ ତ ଭଲ ଭାବେ କଥାବାର୍ତ୍ତା କରୁନାହାନ୍ତି ଖାଲି କ୍ୟାମେରା ସାମ୍ନାକୁ ଭଲ ଚେହେରା ନେଇ ଆସନ୍ତି।

{"id":159836}

ଜଣେ ଲୋଖିଛନ୍ତି, ଏ କେମିତି ବ୍ୟବହାର! ନିଜ ବଡିଗାର୍ଡମାନଙ୍କୁ ଭଲ ବ୍ୟବହାର ଦେଖାଇବା ସହ ସମ୍ମାନ ଦେବା ଉଚିତ୍‌। ଆଉ କିଏ ଲେଖିଛନ୍ତି ଯେ, ଏହା ରଣବୀର କପୁରଙ୍କ ପ୍ରଭାବ। ରଣବୀର କପୁରଙ୍କ ସହ ବୁଲିଲେ ଏହା ହେବ ବୋଲି ଜଣେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ରଣବୀର ଓ ଆଲିୟା ଫିଲ୍ମ ବ୍ରହ୍ମାସ୍ତ୍ର ଶୁଟିୁଂ ସାରିଛନ୍ତି। ଏହା ଉଭୟଙ୍କ ପ୍ରଥମ ଫିଲ୍ମ ଯେଉଁଥିରେ ଦୁହେଁ ଏକା ସହ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି।  

wp:heading {"level":1}

 

/wp:heading wp:html
View this post on Instagram

#aliabhatt on location

A post shared by Viral Bhayani (@viralbhayani) on

/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.