ଗୋଡ଼ରେ ଆଘାତ ଲାଗିଥିବା ସତ୍ତ୍ବେ ସୁଟିଂ ଜାରି ରଖିଛନ୍ତି ଆଲିୟା ଭଟ୍ଟ

Published By : Prameya-News7 Bureau | November 24, 2018 IST

ମୁମ୍ବାଇ ୨୪/୧୧: ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବୋଧହୁଏ ସବୁଠାରୁ କମ୍ ବୟସରେ ସୁପରଷ୍ଟାର ହୋଇପାରିଛନ୍ତି। ଆଲିୟା କେବଳ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ନୁହନ୍ତି ବରଂ ବହୁତ ପରିଶ୍ରମୀ ମଧ୍ୟ। କିଛି ଦିନ ପୂର୍ବରୁ ଆଲିୟା ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଥିବାବେଳେ ଆହତ ହୋଇଥିଲେ।ଏକ ଦୃଶ୍ୟର ସୁଟିଂ ସମୟରେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା।  କିନ୍ତୁ ବିସ୍ମୟକର କଥା ହେଉଛି ଆଲିୟା ଆହତ ହେବା ସତ୍ତ୍ବେ ମଧ୍ୟ କାମ ଜାରି ରଖିଛନ୍ତି। ଆଲିୟା ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ସହ,‘ଗଲି ବୟ’ରେ ରଣବୀର ସିଂହଙ୍କ ସହ ଏବଂ ‘କଲଙ୍କ’ରେ ବରୁଣ ଧଓ୍ବନଙ୍କ ସହ ନଜର ଆସିବେ। ଏବଂ ସବୁଠୁ ଉଲ୍ଲେଖନୀୟ କଥା ଯେ ସେ କରଣ ଜୋହରଙ୍କ ମଲ୍ଟିଷ୍ଟାର ଫିଲ୍ମ ‘ତଖ୍ତ’ ରେ ମଧ୍ୟ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.