ହାଥରସ ପୀଡିତାଙ୍କ ନ୍ୟାୟ ଦାବି କଲେ ଆଲିଆ, କହିଲେ- ତାଙ୍କ ଜିଭ ତ ସେମାନେ କାଟି ଦେଲେ ମାତ୍ର ଚୁପ୍ କରାଇପାରିଲେ ନାହିଁ

Published By : Prameya-News7 Bureau | October 02, 2020 IST

ମୁମ୍ବାଇ ୦୨/୧୦: ହାଥରସ ଗଣଦୁଷ୍କର୍ମ ମାମଲାର ନ୍ୟାୟ ଦାବିରେ ସମସ୍ତେ ସ୍ବର ଉତ୍ତୋଳନ କରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତ  ଏ ମାମଲାରେ ଆଗକୁ ବାହାରିଛନ୍ତି। ଏବେ ଏଥିରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏନେଇ ସାମାଜିକ ଗଣମାଧ୍ୟମରେ ନ୍ୟାୟ ଦାବି କରିଛନ୍ତି।

ଆଲିଆ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏହାକୁ ନେଇ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଅଭିଯୁକ୍ତଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି-‘ସେମାନେ ତାଙ୍କ ଜିଭ କାଟିଦେଲେ ମାତ୍ର ଚୁପ୍ କରାଇପାରିଲେ ନାହିଁ। ସେ ଏବେ କୋଟି କୋଟି ଲୋକଙ୍କ ସ୍ବରରେ କଥା କହୁଛନ୍ତି।’

{"id":337624,"sizeSlug":"large"}

ତେବେ ଆଲିଆଙ୍କ ପୂର୍ବରୁ ଗତକାଲି ପ୍ରିୟଙ୍କା ଚୋପ୍ରା ମଧ୍ୟ ପୀଡ଼ିତାଙ୍କ ନ୍ୟାୟ ଦାବି କରିଥିଲେ। ସେ କହିଥିଲେ ଏଭଳି ଘଟଣା ବାରମ୍ବାର କାହିଁକି ହେଉଛି। ମହିଳା ତଥା ଯୁବତୀ କାହିଁକି ଦୁଷ୍କର୍ମର ଶିକାର ହେଉଛନ୍ତି। କ’ଣ ବାପା ମାଆ ନିଜ ପୁଅମାନଙ୍କୁ ଏଭଳି ବଡ଼ କରୁଛନ୍ତି? କ’ଣ ଆଇନକୁ ଏ ଚିତ୍କାର ଶୁଭୁ ନାହିଁ। ଏମିତି ଆଉ କେତେ ନିର୍ଭୟାଙ୍କ ଜୀବନ ଯିବ କହିଥିଲେ ପ୍ରିୟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.