ରଣବୀର କପୁରଙ୍କ ସହ ଏକାଠି କାମ କରିବେନି ଆଲିୟା, ଜାଣନ୍ତୁ କାରଣ

Published By : Prameya-News7 Bureau | April 02, 2019 IST

ମୁମ୍ୱାଇ୨|୪: ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ସଂପର୍କ ଏବେ ବେଶ ଚର୍ଚ୍ଚାରେ। ରିଲ ଜଗତ ସହ ରିୟଲ ଲାଇଫରେ ମଧ୍ୟ ସେମାନେ ଖୁବ ଏନଜୟ କରୁଛନ୍ତି। କିନ୍ତୁ ଏବେ କିଛି ଦିନ ପୂର୍ବରୁ ଆଲିୟା ରଣବୀରଙ୍କ ସହ କାମ କରିବେନି ବୋଲି ପ୍ରକାଶ କରିଛନ୍ତି। ଆଲିୟା ଓ ରଣବୀର ଏବେ ବ୍ରହ୍ମାସ୍ତ୍ର ଫିଲ୍ମର ଶୁଟିଂରେ ବ୍ୟସ୍ଥ ଅଛନ୍ତି।

{"id":99327}

ଅପରପକ୍ଷରେ ଦୁହେଁ ରିଲେସନସିପରେ ଥିବା ଜାଣି ନିର୍ଦ୍ଦେଶକମାନେ ତାଙ୍କୁ ଏକାଠି ପରଦାକୁ ଆଣିବାର ଜୋରଦାର ଯୋଜନା କରୁଥିଲେ। କାରଣ ଉଭୟଙ୍କ ଯୋଡି ଦର୍ଶକ ବେଶ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଯୋଡିକୁ ଲଭ ରଂଜନ ଫିଲ୍ମରେ ଏକା ସହ ଅଭିନୟ କରିବାରେ ଦେଖାଯାଇଥାନ୍ତା। କିନ୍ତୁ ଏବେ ଚର୍ଚ୍ଚାର ବିଷୟ ଏହା ଯେ, ଆଲିୟା ରଣବୀରଙ୍କ ସହ କାମ କରିବେନି ବୋଲି ମନା କରୁଛନ୍ତି।

{"id":99328}

ରିପୋର୍ଟ ଅନୁସାରେ ଦୁହେଁ ବ୍ରହ୍ମାସ୍ତ୍ର ଫିଲ୍ମରେ କାମ କରିଲା ପରେ ନିଷ୍ପତ୍ତି ନେଇଛନ୍ତି ଯେ, ଏହି ଚଳଚ୍ଚିତ୍ରର ଶୁଟିଂ ନସରିବା ଯାଏଁ ଅନ୍ୟ କୌଣସି ନୂଆ ଫିଲ୍ମ ଏକା ସହ ସାଇନ କରିବେ ନାହିଁ। ତେବେ ବ୍ରହ୍ମାସ୍ତ୍ର ଫିଲ୍ମର ଶୁଟିଂ ପାଇଁ ଆହୁରି ୧୫୦ ଦିନ ଲାଗିବ। ତେଣୁ ଏବେ ଦୁହେଁଙ୍କୁ ଏକା ସହ ଅନ୍ୟ ଫିଲ୍ମରେ ଅଭିନୟ କରିବାର ଦେଖାଯିବ ନାହିଁ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.