ଆଲିୟା-ରଣବୀରଙ୍କ ବିବାହ କାର୍ଡ ହେଲା ଭାଇରାଲ, ସତ ପ୍ରକାଶ କଲେ ଏହି ଯୋଡି

Published By : Prameya-News7 Bureau | October 23, 2019 IST

ମୁମ୍ବାଇ୨୩|୧୦: ସୋସିଆଲ ମିଡିଆରେ ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି। ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ସଂପର୍କ ବେଶ ଚର୍ଚ୍ଚାରେ ରହେ।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାର୍ଡରେ ବିବାହର ଡେଟ ୨୦୨୦ ମସିହା ୨୨ ଜାନୁଆରୀ ଲୋଖା ଯାଇଛି।

{"id":173607}

ଭାଇରାଲ ହେଉଥିବା କାର୍ଡ ନେଇ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ରିଆକ୍ସନ ସାମ୍ନାକୁ ଆସିଛି। ଏହା ଶୁଣି ଆଲିୟା ହସିଛନ୍ତି। ସେ କହିଛନ୍ତି ଏଭଳି ତଥ୍ୟରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହାନ୍ତି କାରଣ ଏହି କାର୍ଡ ଫେକ୍‌।

{"id":173605}

ଭାଇରାଲ ହେଉଥିବା କାର୍ଡରେ ରଣବୀର ଓ ଆଲିୟାଙ୍କ ନାଁ ଲେଖାଯାଇଛି। ଏହା ସହ କାର୍ଡରେ ଆଲିୟାଙ୍କ ବାପାଙ୍କ ନାଁ ମଧ୍ୟ ଭୁଲ ଲେଖାଯାଇଛି। ଆଲିୟାଙ୍କ ବାପାଙ୍କ ନାଁ ହେଉଛି ମହେଶ ଭଟ୍ଟ। କିନ୍ତୁ କାର୍ଡରେ ତାଙ୍କ ବାପାଙ୍କ ନାଁ ମୁକେଶ ଭଟ୍ଟ ଲେଖାଯାଇଛି। ଭୁଲ ନାଁ ଦ୍ବାରା ଜଣା ପଡୁଛି ଯେ, ଏହା ଏକ ଫେକ୍‌ କାର୍ଡ। ଏହା ପୂର୍ବରୁ ଉଭୟଙ୍କ ବିବାହ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ପରେ ଜଣା ପଡିଥିଲା ଯେ, ତାହା ଏକ ଆଡ ଶୁଟ ଥିଲା।

{"id":173606}

ରଣବୀର ଓ ଆଲିୟା ଉଭୟଙ୍କୁ ଡେଟ୍‌ କରୁଛନ୍ତି ସତ ହେଲେ ବିବାହ ବିଷୟରେ ପଚାରିଲେ ଦୁହେଁ ଚୁପ୍‌ ରୁହନ୍ତି। ତେଣୁ ଉଭୟଙ୍କ ବିବାହ ହେଲେ ନିହାତି କିଛି ନା କିଛି ଧମାଲ ହେବ। ପ୍ରଥମ ଥର ପାଇଁ ଆଲିୟା ଓ ରଣବୀର ଏକା ସହ ପରଦାରେ ନଜର ଆସିବେ। ଫିଲ୍ମବ୍ରହ୍ମାସ୍ତ୍ରରେ ଦୁହେଁ ଅଭିନୟ କରିଛନ୍ତି। ବ୍ରହ୍ମାସ୍ତ୍ରଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅୟାନ ମୁଖର୍ଜି।

{"id":173608}

ଏହି ଚଳଚ୍ଚିତ୍ରରେ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମର ଲଗୋ ଲଂଚ ହୋଇସାରିଛି। ଫିଲ୍ମ କଲଙ୍କ ପରେ ଆଲିୟାଙ୍କର ଫିଲ୍ମବ୍ରହ୍ମାସ୍ତ୍ର ରିଲିଜ ହେବ। ଫିଲ୍ମ କଲଙ୍କ ଫ୍ଲପ ହୋଇଥିଲା। ଅପରପକ୍ଷରେ ରଣବୀର କପୁର ଫିଲ୍ମ ଶେଷ ଥର ପାଇଁ ଫିଲ୍ମ ସଞ୍ଜୁରେ ନଜର ଆସିଥିଲେ। ତେବେ ଉଭୟଙ୍କ ଯୋଡି ପରଦାରେ ଦେଖିବା ପାଇଁ ଦର୍ଶକ ଅପେକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.