Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଅଟକିଲା ଆଲିଆ ଓ ରଣବୀରଙ୍କ ବିବାହ, ଭାଇରାଲ ହେଉଛି ଏହି ପୋଷ୍ଟ…

10/11/2021 at 9:57 AM

ନୂଆଦିଲ୍ଳୀ ୧୦।୧୧ : ସ୍ଥଗିତ ହେଲା ଆଲିଆ ଓ ରଣବୀର ଙ୍କ ବିବାହ । ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ହେଲେ ଏହି ସମୟରେ ଉଭୟଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ଏବେ ଶୁଣିବାକୁ ମିଳୁଛି ଯେ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପୁଣି ସ୍ଥଗିତ ହୋଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଦମ୍ପତି ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

ଉକ୍ତ ପୋଷ୍ଟରେ ଅନେକ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । କାରଣ ଗତ ଦୀପାବଳି ଦିନ ଆଲିଆ ନିଜ ଇଣ୍ଟାଗ୍ରାମ୍‌ ଆକାଉଣ୍ଟରେ ଉଭୟଙ୍କ ଏକ ରୋମାଣ୍ଟିକ୍ ପୋଷ୍ଟ କରିଥିଲେ । ଯେଉଁ କାରଣରୁ ସେମାନଙ୍କ ଫ୍ୟାନ୍ସ ଭାବିଥିଲେ ଯେ, ଉଭୟ ଶୀଘ୍ର ବିବାହ କରିବେ। ଫଟୋଗ୍ରାଫର ଭାଇରାଲ ଭାୟାନି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ପୋଷ୍ଟରେ ସେ ରଣବୀର ଓ ଆଲିଆଙ୍କ ଫଟୋକୁ ସେୟାର କରି ଲେଖିଛନ୍ତି ଯେ, ଯେ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ସ୍ଥଗିତ ରଖାଯାଇଛି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦୁହେଁ  ବିବାହ କରିବେ ନାହିଁ । ଏହାସହ ସେ ସୂଚନା ଦେଇଛନ୍ତି ଯେ, ଉଭୟ ନିଜ କାମ ତଥା କ୍ୟାରିଅର ପାଇଁ ଦେଇଥିବା ପ୍ରତିଶ୍ରୁତି ହେତୁ ବିବାହ ତାରିଖକୁ ଘୁଞ୍ଚାଇବା ନିଷ୍ପତ୍ତି ନେଇଛନ୍ତି । ଦୁହେଁଙ୍କ ଫ୍ୟାନ୍ସ ନିଶ୍ଚିତ ଥିଲେ ଯେ, ରଣବୀର ଓ ଆଲିଆ ଚଳିତ ବର୍ଷ ହିଁ ବିବାହ କରିବେ । ହେଲେ ଏବେ ବିବାହ ଘୁଞ୍ଚିବା ଘଟଣା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଏପରିକି ସୋସିଆଲ୍‌ ମିଡିଆରେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ ‘ବ୍ରହ୍ମାସ୍ତ୍ର’ ପରି ବିବାହ ମଧ୍ୟ ବିଳମ୍ବ ହେଉଛି’ ।

   Related Posts