ବ୍ୟାଟମ୍ୟାନ୍ ମାସ୍କ ପିନ୍ଧି ଗରିବଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ ତାରକା, ସୋସିଆଲ ମିଡିଆରେ ପ୍ରଶଂସା

Published By : Prameya-News7 Bureau | April 01, 2020 IST

ମୁମ୍ବାଇ ୦୧/୦୪ : କରୋନା ଯୋଗୁଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି ଏବଂ ଏହାର ଖରାପ ପ୍ରଭାବ ଗରିବ ଏବଂ ଦୈନିକ ଶ୍ରମିକଙ୍କ ଉପରେ ପଡିଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତାମାନେ ଗରୀବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ହାତ ବଢ଼ାଇଛନ୍ତି । ଏହି ସମୟରେ ବଲିଉଡର ପ୍ରସିଦ୍ଧ ଅଭିନେତା ଅଲି ଫଜଲ ମଧ୍ୟ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ଭିଡିଓ ଭୟଙ୍କର ଭାଇରାଲ ହେବାରେ ଲାଗିଛି | ଲୋକମାନେ ମଧ୍ୟ ଏହି ଭିଡିଓରେ ବହୁତ କମେଣ୍ଟ କରୁଛନ୍ତି | ଭିଡିଓରେ ଅଭିନେତା ବ୍ୟାଟ୍ସମ୍ୟାନଙ୍କ ମାସ୍କ ଲଗାଇ ଲୋକଙ୍କୁ ଖାଦ୍ୟ ବାଣ୍ଟିବାକୁ ବାହାରିଥିଲେ। ସେ ନିଜେ ଏହାକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ସେୟାର କରିଛନ୍ତି।

{"id":247583,"width":744,"height":558,"sizeSlug":"large"}

ଭିଡିଓ ପୋଷ୍ଟ କରି ଅଲି ଫଜଲ ଲେଖିଛନ୍ତି ଯେ, ମୁଁ ଟ୍ରୋଲ ଏବଂ ଘୃଣାକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ମୁଁ ଭିଲେ ପାର୍ଲେରେ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇବା ଏବଂ ବିତରଣ କରିବାକୁ ବାହାରକୁ ଆସିଛି ।ଯେଉଁ ସୁପର ହିରୋମାନେ ଖୋଲା ସ୍ଥାନରେ କାମ କରୁଛନ୍ତି ସେମାନଙ୍କୁ ଡାକିଚି । ମୁଁ ତୁମ ସମସ୍ତଙ୍କୁ ଖୁସି ପଠାଉଛି। ଭିଡିଓରେ ଅଭିନେତା ନିଜେ ଏକ କାର ଚଳାଉଥିବାର ନଜର ଆସିଛନ୍ତି। ଅଲି ଫଜଲଙ୍କ ବ୍ୟତୀତ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ସାରା ଅଲି ଖାନ, କାର୍ତ୍ତିକ ଆର୍ଯ୍ୟ, ନାନା ପାଟେକର, ମାଧୁରୀ ଦୀକ୍ଷିତ ଏବଂ ଅନେକ କଳାକାର ପିଏମ କେୟାର ଫଣ୍ଡରେ ଦାନ କରି ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ।

ଫିଲ୍ମ 'ଫୁକ୍ରେ'ରୁ ଅଲି ଫଜଲଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସେ '୩ ଇଡିଅଟ୍ସ' ଏବଂ 'ଅଲୱେଜ କଭି କଭି ' ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ବବି' ଏବଂ 'ବାତ ବନ୍ ଗୟୀ' ରେ ମଧ୍ୟ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.