Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ ଗଠନ କରିଥିବା କୁଖ୍ୟାତ ଆତଙ୍କବାଦୀ ଅଲୀ ଆକବର ମୃତ, କରୋନାରେ ଥିଲା ଆକ୍ରାନ୍ତ

8/06/2021 at 9:39 PM

ନୂଆଦିଲ୍ଲୀ ୦୮/ ୦୬ : ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ ଗଠନ କରିଥିବା କୁଖ୍ୟାତ ଆତଙ୍କବାଦୀ ଅଲୀ ଆକବରର ମୃତ୍ୟୁ ଘଟିଛି । ଏ ନେଇ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ତାର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ୭୪ ବର୍ଷୀୟ ଅଲୀ ଆକବରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

୧୯୭୦ ମସିହାରେ ମୁସଲିମ ମିଲିଟାଣ୍ଟ ସଂଗଠନ ସହିତ ମିଶି ଆତଙ୍କବାଦୀ ‘ହିଜବୁଲ୍ଲା’ ସଂଗଠନ ତିଆରି କରିଥିଲା ଅଲୀ ଆକବର । ଏବେ ମଧ୍ୟ ଏହି ଆତଙ୍କୀ ଆଡ୍ଡା ଇରାକ ଏବଂ ଇରାନରେ ବେଶ ସକ୍ରିୟ ରହିଛି । ତେବେ ଅଲୀର ମୃତ୍ୟୁ ପରେ ବର୍ତ୍ତମାନ କିଏ ସେ ଉତ୍ତରାଧିକାରୀ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ ।

ଇରାନର ଏକ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଅଲୀ ଆକବରର ମୃତ୍ୟୁ ନର୍ଥ ତେହରାନର ଏକ ହସ୍ପିଟାଲରେ ହୋଇଛି । ସେଠାରେ ସେ ଦୀର୍ଘ ଦିନ ହେଲା ଗୁପ୍ତରେ ରହି ଚିକିତ୍ସିତ ହେଉଥିଲା । ଇରାନରେ ହୋଇଥିବା ବିବାଦୀୟ ନିର୍ବାଚନ ପରେ ଅଲୀ ଆକବର ଗତ ୧୦ ବର୍ଷ ହେଲା ଗୋପନୀୟ ଭାବେ ଇରାନର ସିଟି ଅଫ୍‌ ନଜଫ୍‌ ରେ ଲୁଚି ରହିଥିଲା ଗତ କିଛି ଦିନ ତଳେ ସେ ସାମ୍ନାକୁ ଆସିଥିଲା । ଏକ ବୋମାମାଡରେ  ଅଲୀର ଡାହାର ହାତ ଅକାମୀ ମଧ୍ୟ ହୋଇଯାଇଥିଲା । କିନ୍ତୁ ସେ ଆତଙ୍କବାଦୀ କାର୍ଯ୍ୟକଳାପ ଛାଡିନଥିଲା ।

ଅଲୀ ଆକବରର ଅପରାଧ ତାଲିକା ବେଶ ଲମ୍ବା । ୧୯୮୩ ମସିହାରେ ପ୍ରଥମେ ବେରୁନ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲା ଅଲୀ ଆକବର । ଏହି ଆତଙ୍କୀ ଆକ୍ରମଣରେ ପ୍ରାୟ ୬୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଆମେରିକା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ । ଇରାନରେ ଆସନ୍ତା ସପ୍ତାହରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ହୋଇଥିବା ଇବ୍ରାହିମ ରେସୀ, ଅଲୀ ଆକବରର ମୃତ୍ୟୁକୁ ନେଇ ନିଜର ସମ୍ବେଦନ ଜାହିର କରିଛନ୍ତି ।

   Related Posts