Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କୋଷ୍ଟଗାର୍ଡରେ ସାମିଲ ହେଲେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୩ ALHMK III ହେଲିକପ୍ଟର, ଓଡ଼ିଶାକୁ ମିଳିବ ଗୋଟେ

12/06/2021 at 6:25 PM

ନୂଆଦିଲ୍ଲୀ ୧୨।୬: ଭାରତୀୟ ତଟରକ୍ଷୀ (ଆଇସିଜି)କୁ ଶନିବାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଏଏଲଏଚଏମକେ-୩ ମିଳିଛି। ଆଇସିଜି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ହେଲିକପ୍ଟର ଗୁଡିକୁ ହସ୍ତାନ୍ତର କରାଯାଇଛି। ଏହି ସବୁ ହେଲିକପ୍ଟର ଆତ୍ମ ନିର୍ଭର ଭାରତ ଯୋଜନାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ବେଙ୍ଗାଲୁରୁ ଦ୍ୱାରା ବିକଶିତ ହୋଇଛି। ଯାହା ବହୁ ଉଦ୍ଦେଶୀୟ ଦାୟିତ୍ୱ ନିର୍ବାହ ଲାଗି ଦକ୍ଷ ବୋଲି କୁହାଯାଇଛି। ଏହି ହେଲିକପ୍ଟର ଗୁଡିକ ଆଇସିଜିଙ୍କ ଭୁବନେଶ୍ୱର, ପୋରବନ୍ଦର, କୋଚ୍ଚି ଓ ଚେନ୍ନାଇରେ ମୁତୟନ ହେବେ।

ଏହି ଅତ୍ୟାଧୁନିକ ହାଲୁକା ହେଲିପ୍ଟରଗୁଡିକରେ ସର୍ଭିଲାନ୍ସ ରାଡାର, ଇଲେକ୍ଟ୍ରୋ ଅପଟିକ୍-ପୋଡ, ମେଡିକାଲ ଇଣ୍ଟେନସିବ କେୟାର ୟୁନିଟି ସମେତ ଅତ୍ୟାଧିକ କ୍ଷମତା ସମ୍ପନ୍ନ ସର୍ଚ୍ଚ ଲାଇଟ୍‌, ଏସଏଆର ହୋମର, ଲାଉଡ ହେଲର ଓ  ମେସିଗନ ଆଦିରେ ସଜ୍ଜିତ ହୋଇଛି। ଏଥିରେ ଥିବା ଅତ୍ୟାଧୁନିକ ସେନସର ବ୍ୟବସ୍ଥା କଷ୍ଟଗାଡଙ୍କ କଷ୍ଟସାଧ୍ୟ କାମକୁ ଆହୁରି ସହଜ କରିପାରିବ।

କୋଷ୍ଟଗାର୍ଡରେ ହେଲିକପ୍ଟର ମୁତୟନ ଲାଗି ଆୟୋଜିତ କାର୍ଯ୍ୟକ୍ରମରେ କଷ୍ଟଗାର୍ଡ ଡିଜି କେ.ନଟରାଜନ ଓ ଏଚଏଏଲଙ୍କ ସିଏମଡି ଆର.ମାଧବନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ସମୟରେ ଏହି ହେଲିକପ୍ଟର କୋଷ୍ଟଗାର୍ଡଙ୍କ ଲାଗି ଉପକୂଳ ସୁରକ୍ଷାରେ ଗେମ ଚେଞ୍ଜର ହେବେ ବୋଲି ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର ଆଶାବ୍ୟକ୍ତ କରିଛନ୍ତି।

   Related Posts