ଡେଟିଂ ସାଇଟ୍‌ରେ ସକ୍ରିୟତା କାହାର ଚରିତ୍ର ଆକଳନର ମାପକାଠି ନୁହେଁ: ଏଲହାବାଦ ହାଇକୋର୍ଟ

Published By : Prameya-News7 Bureau | November 02, 2021 IST

ଏଲହାବାଦ ୨।୧୧:  ଡେଟିଂ ସାଇଟ୍‌ରେ ସକ୍ରିୟତା କାହାର ଚରିତ୍ର ଆକଳନର ମାପକାଠି ହୋଇ ନପାରେ। ଏଲହାବାଦ ହାଇକୋର୍ଟ ମଙ୍ଗଳବାର ଏହି ରାୟ ଦେଇଛନ୍ତି। ଅଭିଯୁକ୍ତଙ୍କ ଓକିଲ ନ୍ୟାୟାଳୟରେ ମହିଳା ଆବେଦନକାରୀଙ୍କ ବିରୋଧରେ ଉଠାଇଥିବା ଅଭିଯୋଗର ଜବାବରେ କୋର୍ଟ ଏହା କହିଛନ୍ତି। ଏଥିରେ ଅଭିଯୁକ୍ତଙ୍କ ଓକିଲ ମହିଳାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କୋର୍ଟ ଡେଟିଂ ସାଇଟ୍‌ କାହାର ଚରିତ୍ରର ପରିମାପ ନୁହେଁ ବୋଲି କହିଛନ୍ତି। ତେବେ ହାଇକୋର୍ଟ ମାମଲାରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଅଗ୍ରୀମ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

{"id":537568,"width":839,"height":587,"sizeSlug":"full","linkDestination":"none"}

ମାମଲାରୁ ପ୍ରକାଶ ଯେ ଅଭିଯୁକ୍ତ ଡେଟିଂ ସାଇଟ୍‌ରେ ମହିଳାଙ୍କୁ ଭେଟିବା ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲେ। ତେବେ ପରେ ଅଭିଯୁକ୍ତ ପ୍ରତିଶ୍ରୁତିରୁ ଓହରି ଯିବା ଯୋଗୁ ମହିଳା ପୋଲିସରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ତେବେ ଜାମିନ ଲାଗି ଅଭିଯୁକ୍ତ ହାଇକୋର୍ଟରେ ପହଞ୍ଚିଥିବା ବେଳେ ଓକିଲ ପୀଡ଼ିତାଙ୍କ ସହ ସମ୍ପର୍କ ଡେଟିଂ ସାଇଟ୍‌ରେ ହୋଇଥିବା ତର୍କ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ସେମାନଙ୍କର ବିବାହ ନେଇ କୌଣସି କଥା ହିଁ ନଥିଲା। ତେବେ ବିବାହ ପ୍ରତିଶ୍ରୁତିରେ ଶାରୀରିକ ସମ୍ପର୍କ ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ ବୋଲି କହିଥିଲେ।

{"id":537569,"sizeSlug":"large","linkDestination":"none"}

ତେବେ କାହାର ଗୁଣ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଡେଟିଂ ସାଇଟ୍‌ ଉପଯୁକ୍ତ ପରିମାପକ ନୁହେଁ ବୋଲି କୋର୍ଟ କହିଛନ୍ତି। ଡେଟିଂ ସାଇଟ୍‌ରେ କେବଳ ଦୁଇ ପ୍ରାପ୍ତ ବୟସ୍କ ପରସ୍ପରଙ୍କୁ ଭେଟନ୍ତି। ପରସ୍ପର ଭେଟିବା, ବାକ୍ୟର ଆଦାନ ପ୍ରଦାନରୁ ଅପରପକ୍ଷ ବିବାହ ଲାଗି ପ୍ରସ୍ତୁତ ବୋଲି ବିଶ୍ୱାସ ସୃଷ୍ଟି ହୋଇଥାଏ। ବିବାହ ନାମରେ ଯଦି ଶାରୀରିକ ସମ୍ପର୍କର ଦାବି ହୁଏ ତେବେ ପୀଡିତାଙ୍କ ଚରିତ୍ର ଯେ ଖରାପ ସେ ନେଇ କୋର୍ଟ ସହମତି ଦେଇପାରିବେନି ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

{"id":537570,"width":841,"height":554,"sizeSlug":"full","linkDestination":"none"}

ମାମଲାରେ କୋର୍ଟଙ୍କ ବିଚାରପତି ବିବେକ ଅଗ୍ରୱାଲ ନୋଏଡା ଗୌତମ ବୁଦ୍ଧ ନଗରର ଅଭୟ ଚୋପ୍ରାଙ୍କ ଅଗ୍ରୀମ ଜାମିନ ନିବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ତାଙ୍କୁ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ସହ କୋର୍ଟ କାର୍ଯ୍ୟରେ ଅଂଶଗ୍ରହଣ ଲାଗି ସେ ଏବେ ସ୍ୱାଧୀନ ବୋଲି କହିଛନ୍ତି। ଏଣୁ ଅଭିଯୁକ୍ତ ହୁଏତ ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.