Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଆମ୍ବ ବଜାରରେ ଲକଡାଉନ ମାଡ, ଆଲଫାନ୍ସୋ ଓ କେଶର ୩୦ ପ୍ରତିଶତ ଶସ୍ତା, ଦଶହରୀ ମହଙ୍ଗା

26/05/2020 at 7:49 PM

କରୋନା ଭାଇରସ୍ ଲାଗି ସାରା ବିଶ୍ୱ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଦେଶପରେ ଦେଶ ଏବେ ଲକଡାଉନରେ। ଏଥିରୁ ଭାରତ ବି ବାଦେ ନାହିଁ। ଗତ ମାର୍ଚ୍ଚମାସ ଶେଷ ସପ୍ତାହରୁ ଭାରତରେ ଲକଡାଉନ୍‌ ଜାରି ରହିଛି। ଯାହାର ସିଧା ପ୍ରଭାବ ବାଣିଜ୍ୟ, ବ୍ୟବସାୟ ଓ କୃଷି ଉପରେ ପଡିଛି। ଫଳରେ ଆଲଫାନ୍ସୋ ଓ କେଶର ଭଳି ଆମ୍ବ ବିଦେଶ ରପ୍ତାନୀ ହୋଇପାରୁନଥିବା ବେଳେ ଦେଶରେ ଚାହିଦା ହ୍ରାସ ଯୋଗୁ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି।

ଆଲଫାନ୍ସୋ ଓ କେଶରୀ ଆମ୍ବ ଚଳିତବର୍ଷ ଦେଶୀୟ ବଜାରରେ ବେଶ ସହଜରେ ଉପଲବ୍ଧ ହେଉଥିବା ବେଳେ ମୂଲ୍ୟରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ତେବେ ପାଗଦ୍ୱାରା ଗୁରୁତର ପ୍ରଭାବିତ ହୋଇଥିବା ଦଶହରୀ ଆମ୍ବ ମୂଲ୍ୟରେ ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଜଣାପଡିଛି। ଆଗରୁ ଆଲଫାନ୍ସୋ ମୁମ୍ବାଇ ଓ ପୁଣେ ବଜାରରେ ପ୍ରତି ଡଜନ ୭୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଯାଉଥିଲା। ହେଲେ ଚଳିତବର୍ଷ ଏଠାକୁ ଆଲଫାନ୍ସୋ ପହଞ୍ଚିପାରୁନଥିବା ବେଳେ ଉତ୍ପାଦିତ ହେଉଥିବା ରାଜ୍ୟରେ ଡଜନ ୪୦୦ରୁ ୫ଶହ ଟଙ୍କା ଦରରେ ବିକ୍ରି ହେଉଛି।

ଦେଶରେ ଏବେ କେଶର ଆମ୍ବର ଋତୁ ଆରମ୍ଭ ହେବାକୁ ଯାଉଛି। ଧିରେ ଧିରେ ବଜାରକୁ ବି ଆସିବାରେ ଲାଗିଲାଣି। ତେବେ ଚଳିତବର୍ଷ ପାଗ ଯୋଗୁ ଉତ୍ପାଦନ ହ୍ରାସ ହେବ ବୋଲି ଚାଷୀ ଆକଳନ କରୁଛନ୍ତି। ତେବେ ରପ୍ତାନୀ ହୋଇ ପାରୁନଥିବାରୁ ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ଆମ୍ବ ମୂଲ୍ୟରେ ୨୦ରୁ ୩୦ ପ୍ରତିଶତ ହ୍ରାସ ହେବ ବୋଲି ଆଶଙ୍କା କରାଯାଉଛି। ୟୁପିର ଜନୈକ  ଆମ୍ବ ବ୍ୟବସାୟୀଙ୍କ ଅନୁସାରେ ଗତମାସରେ ହୋଇଥିବା କୁଆପଥର ବର୍ଷାରେ ଲକ୍ଷ୍ନୌ ସମେତ ବିଭିନ୍ନ ଜିଲ୍ଲାରେ ପ୍ରାୟ ୭୦ ପ୍ରତିଶତ ଦଶହରୀ ଆମ୍ବ ନଷ୍ଟ ହୋଇଯାଇଛି। ଏଣୁ ଉତ୍ପାଦନ ହ୍ରାସ ସାଙ୍ଗକୁ ପରିବହନ ଖର୍ଚ୍ଚ ବୃଦ୍ଧି କାରଣରୁ ଚଳିତବର୍ଷ ଏହି ଆମ୍ବ ମୂଲ୍ୟରେ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ବ୍ୟବସାୟୀ ଆଶଙ୍କା କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଶ୍ରମିକ। ଆମ୍ବ ତୋଳିବା, ପ୍ୟାକିଂ ଓ ଗ୍ରେଡିଂ ଲାଗି ଶ୍ରମିକ ମିଳୁନଥିବାରୁ ବ୍ୟବସାୟ ପ୍ରଭାବିତ ହେବାର ଏବେଠୁ  ଆଶଙ୍କା କରାଗଲାଣି।

   Related Posts