ଜାପାନରେ ବିଶ୍ବର ସବୁଠୁ ଦ୍ରୃତଗାମୀ ବୁଲେଟ ଟ୍ରେନର ଟ୍ରାଏଲ୍ ଆରମ୍ଭ : ଜାଣନ୍ତୁ ଏହାର ବିଶେଷତ୍ବ

Published By : Prameya-News7 Bureau | May 12, 2019 IST

ଟୋକିଓ ୧୨/୫: ନିଜର ଦ୍ରୃତଗାମୀ ବୁଲେଟ ଟ୍ରେନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜାପାନ ନିଜର ହାଇସ୍ପିଡ ଏବଂ ଆଡଭାନ୍ସ ଟେକ୍ନୋଲୋଜି ପାଇଁ ଅନ୍ୟତମ। ଏଠାରେ ବିଶ୍ବର ସବୁଠୁ ଦ୍ରୃତଗାମୀ ଶିନକାନସେନ ବୁଲେଟ ଟ୍ରେନର ଟ୍ରାଏଲ ରନ ଆରମ୍ଭ ହୋଇଯାଇଛି। ଏହି ଟ୍ରେନ୍ ପ୍ରତି ଘଣ୍ଟାକୁ ୪୦୦କିଲୋମିଟର ବେଗରେ ଗତି କରିବ। ଆଲଫା-ଏକ୍ସ କୁହାଯାଉଥିବା ଏହି ଟ୍ରେନକୁ ୨୦୩୦ରୁ ଆରମ୍ଭ କରାଯିବାର ଯୋଜନା ରହିଛି। ଏହି ଟ୍ରେନ୍ ଚୀନର ବେଜିଙ୍ଗ୍ ଏବଂ ସାଙ୍ଘାଇକୁ ସଂଯୋଗ କରୁଥିବା ଚର୍ଚ୍ଚିତ ଟ୍ରେନ୍ ଫୁକ୍ସିଙ୍ଗ୍ ହୋଆରୁ ୧୦କିଲୋମିଟର ଦ୍ରୃତଗାମୀ ହେବ।

{"id":111089,"width":596,"height":379}

-ଏହି ବୁଲେଟ ଟ୍ରେନ୍ ସବୁଜ ଧାର ଏବଂ ନୀଳ ସିଲଭର ବଡିର ହେବ।

-ସୁଡ଼ଙ୍ଗରେ ପବନ ଦ୍ବାରା ହେଉଥିବା ବାଧା ପାଇଁ ଏଥିରେ ବିଶେଷ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଏହାର ଫ୍ରଣ୍ଟ କାରରେ ୨୨ମିଟର ନୋଜ ଲଗାଯାଇଛି। ଯେକୈାଣସି ଶିନକାନସେନ ଟ୍ରେନରୁ ଏଥିରେ ସବୁଠୁ ବଡ଼ ଲମ୍ବା ନୋଜ ରହିଛି।

-ସପ୍ତାହରେ ଦୁଇ ଦୁଇ ଥର ତିନିବର୍ଷ ଯାଏଁ ଏହାର ଟ୍ରାଏଲ ରନ ହେବ।

-ଏହାର ଟ୍ରାଏଲ ରନ୍ ତୋହାକୁ ଶିନକାନସେନ ଲାଇନରେ ଉତ୍ତର-ପୂର୍ବ ଜାପାନର ସେନ୍ଦଇ ଏବଂ ଓମାରି ସହର ମଧ୍ୟରେ ହେବ।

-ଏହାର ଛାତ ଉପରେ ଏୟାର ବ୍ରେକ୍ ରହିବ।

-ଟ୍ରେନର ଗତିକୁ ମନ୍ଥର କରିବା ପାଇଁ ବ୍ରେକ୍ ସହ ମ୍ୟାଗ୍ନେଟିକ୍ ପ୍ଲେଟ୍ ରହିବ।

-ଏଥିରେ ବାଲାନ୍ସ ଏବଂ କମ୍ଫର୍ଟ ପାଇଁ ଡ୍ୟାମ୍ପର ଏବଂ ଏୟାର ସସପେନସନ ରହିବ।

{"id":111090,"width":596,"height":312}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.