ସୁସ୍ଥ ହୋଇଫେରିଲେ କ୍ରେମଲିନ୍‌ ସମାଲୋଚକ ଅଲେକ୍ସି ନଭଲନୀ, କହିଲେ ତାଙ୍କ ହତ୍ୟା ଉଦ୍ୟମର ସରକାର କରାଇ ନାହାନ୍ତି ଯାଞ୍ଚ

Published By : Prameya-News7 Bureau | September 23, 2020 IST

ବର୍ଲିନ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଘୋର ବିରୋଧୀ ତଥା କ୍ରେମଲିନ ସମାଲୋଚକ ଅଲେକ୍ସୈ ନଭଲନୀ ସୁସ୍ଥ ହେବା ପରେ ତାଙ୍କୁ ଜର୍ମାନ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଇଛି। ବର୍ଲିନ ଚାରିଟି ହସ୍ପିଟାଲରେ ଗତ ୩୨ ଦିନ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପରେ ନଭଲନୀ ତାଙ୍କ ପୋଷାକ ଫେରସ୍ତ କରିବାକୁ ଋଷିଆ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ହତ୍ୟାଉଦ୍ୟମର ଏପର୍ଯ୍ୟନ୍ତ ସରକାର ଯାଞ୍ଚ ନିର୍ଦ୍ଦେଶ ଦେଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।   

{"id":333487,"width":579,"height":325,"sizeSlug":"large"}

ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଘୋର ବିରୋଧୀ ଭାବେ ଦେଶରେ ଜଣାଶୁଣା ନଭଲନୀ ଗତ ଅଗଷ୍ଟ ୨୦ ତାରିଖ ଦିନ ସାଇବେରିଆରୁ ବିମାନ ଯୋଗେ ମସ୍କୋ ଫେରିବା ରାସ୍ତାରେ ଅସୁସ୍ଥ ହୋଇପଡିଥିଲେ। ଏଣୁ ବିମାନକୁ ଟୋଲୋରେ ଜରୁରି ଅବତରଣ କରାଯାଇ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଉଷୁମ ପାଣିରେ କୌଣସି ନିଶା ଦିଆଯାଇଥିବାର ଡାକ୍ତରମାନେ ସନ୍ଦେହ ପ୍ରକଟ କରିଥିଲେ। ନଭଲନୀଙ୍କ ଦଳୀୟ ମୁଖପାତ୍ର ତାଙ୍କୁ ହତ୍ୟା କରିବାକୁ ବିଷପ୍ରୟୋଗ କରାଯାଇଥିବାର ଅଭିଯୋଗ ଆଣିଥିଲେ। ତାଙ୍କୁ ଜର୍ମାନ ନେଇ ଚିକିତ୍ସା କରିବା ଲାଗି ତାଙ୍କ ପତ୍ନୀଙ୍କ ନିବେଦନକୁ ଋଷିଆ ସରକାର ମଞ୍ଜୁର କରିବାରୁ ତାଙ୍କୁ ଜର୍ମାନ ନିଆଯାଇ ଚିକିତ୍ସା କରଯାଇଥିଲା।

{"id":333489,"width":578,"height":404,"sizeSlug":"large"}

ଏୟାର ଆମ୍ବୁଲାନ୍ସ ଯୋଗେ ନଭଲନୀଙ୍କୁ ଜର୍ମାନ ରାଜଧାନୀ ବର୍ଲିନର ଚାରିଟି ହସ୍ପିଟାଲକୁ ନିଆଯାଇଥିଲା। ସେତେବେଳେ ସେ କୋମାକୁ ଚାଲିଯାଇଥିଲେ। ଜର୍ମାନ ସେନା ପ୍ରୟୋଗଶାଳାରେ ନଭଲନୀଙ୍କ ରକ୍ତ ପରୀକ୍ଷା କରିବା ବେଳେ ତାଙ୍କୁ ନର୍ଭ ଏଜଣ୍ଟ ‘ନୋଭିଚୋକ୍’ ଦିଆଯାଇଥିବାର ପ୍ରମାଣ ମିଳିଥିଲା। ଋଷିଆରେ ସୋଭିଏତ ସଂଘ ଶାସନ କାଳରେ ବିରୋଧୀ ନେତା ଓ ଗୁପ୍ତଚରମାନଙ୍କୁ ନୋଭିଚୋକ୍‌ ଦେଇ ହତ୍ୟା କରାଯାଉଥିଲା। ଏ ନେଇ ଜର୍ମାନ ୟୁରୋପିୟ ୟୁନିୟନରେ ଅଭିଯୋଗ ଆଣିବ ବୋଲି କହିଥିବା ବେଳେ ସୁସ୍ଥ ହେବାପରେ ନଭଲନୀ ସରକାରଙ୍କୁ ତାଙ୍କ ପୋଷାକ ଫେରାଇବାକୁ ଦାବି କରିଛନ୍ତି।

{"id":333490,"width":576,"height":390,"sizeSlug":"large"}

ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ନର୍ଭ ଏଜେଣ୍ଟର ପ୍ରମାଣ ସେଦିନ ସେ ପିନ୍ଧିଥିବା ପୋଷାକରୁ ମିଳିପାରିବ। ସେହିପରି  ତାଙ୍କ ହତ୍ୟାଉଦ୍ୟମ ଲାଗି ଋଷିଆ ସରକାର ଏପର୍ଯ୍ୟନ୍ତ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇନଥିବାରୁ ସେ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଏକ ପ୍ରାଥମିକ ଯାଞ୍ଚ କେବଳ ଯାହା ହୋଇଥିଲା। ଏତିକିରେ ଋଷିଆ ଅଧିକାରୀ ତାଙ୍କ କାମ ସାରିଦେଇଛନ୍ତି ବୋଲି ନଭଲନୀ ଅଭିଯୋଗ କରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.