Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଗୋଟିଏ ଓଭରରେ ୫୫ ରନର ବିଶ୍ୱରେକର୍ଡ ଅଧିକାରୀ ଏହି ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ ତାଙ୍କ ପଛକୁ ଥିବା ଟପ ଫାଇଭ କେଉଁମାନେ

21/07/2019 at 7:13 PM

କ୍ରିକେଟ୍ ଏକ ଏଭଳି ଲୋକପ୍ରୀୟ ଖେଳ ଯେଉଁଥିରେ କ୍ରିକେଟରମାନେ ନିତି ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି । ଏଇଭଳି ଏକ ରେକର୍ଡର ଅଧିକାରୀ ହେଉଛନ୍ତି ଇଂଲଣ୍ଡ ଟିମର ଦିଗ୍ଗଜ ବ୍ୟାଟସମ୍ୟାନ୍ ଏଲେକ୍ସ ହେଲ୍ସ। ଗୋଟିଏ ଓଭରରେ ମାତ୍ର ୬ଟି ବଲ୍ ଖେଳି ଏଲେକ୍ସ ସର୍ବାଧିକ ୫୫ ରନ୍ ସ୍କୋର କରିବାର ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ୬ଟି ବଲରେ ଯଦି ୬ଟି ଛକ୍କା ହୁଏ ତେବେ ବ୍ୟାଟସ୍ ମ୍ୟାନ ସର୍ବାଧିକ ୩୬ରନ ପାଇ ପାରିବେ। ତେବେ ଗୋଟିଏ ଓଭରରୁ ଏଲେକ୍ସ ସଂଗ୍ରହ କରିଥିବା ରନର ପରିମାଣ ବିଶ୍ୱରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ।

ଏହି ଓଭରରେ ଏଲେକ୍ସ ୮ଟି ଛକ୍କା, ଗୋଟିଏ ଚୌକା ସହାୟତାରେ ଏହି ସ୍କୋର କରିଥିଲେ। ଓଭରରେ ବୋଲର ୩ଟି ନୋ ବଲ ପକାଇବା ଏଲେକ୍ସଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା। ଏଲେକ୍ସଙ୍କ ପଛକୁ ଗୋଟିଏ ଓଭରରେ ସର୍ବାଧିକ ରନ ସଂଗ୍ରହର ରେକର୍ଡ ଅଷ୍ଟ୍ରେଲିଆର ମହାନ ବ୍ୟାଟସମ୍ୟାନ ସାର ଡନ ବ୍ରାଡମେନଙ୍କ ନାମରେ ରହିଛି। ୧୯୩୧ ମସିହାରେ ଏକ ଘରୋଇ ମ୍ୟାଚ୍ ରେ ୪ଟି ଚୌକା ଓ ୪ଟି  ଛକ୍କା ବଳରେ ୪୦ ରନ କରିଥିଲେ। ସେତେବେଳେ ଗୋଟିଏ ଓଭରରେ ୮ଟି ବଲ ଖେଳାଯାଉଥିଲା। ତେବେ ଘରୋଇ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ରନ ସଂଗ୍ରହ କରିବାରେ ବ୍ରାଡମେନଙ୍କ ନାମ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ଜିମ୍ବାୱେ କ୍ରିକେଟର ଏଲ୍ଟନ ଚିଙ୍ଗୁବରା। ଜଣେ ଘାତକ ଅଲରାଉଣ୍ଡର ଭାବେ ଜଣାଶୁଣା ଚିଙ୍ଗୁବରା ଢାକାରେ ଅବହାନୀ ଲିମିଟେଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଗୋଟିଏ ଓଭରରୁ ସର୍ବାଧିକ ୩୯ ରନ ସଂଗ୍ରହ କରିବାର ରେକର୍ଡ ରହିଛି। ୪ଟି ଛକ୍କା ଓ ୩ଟି ଚୌକା ବଳରେ ସେ ଏହି ରନ ସଂଗ୍ରହ କରିଥିଲେ। ବୋଲର ଓଭରରେ ୨ଟି ନୋ ବଲ ଓ ଗୋଟିଏ ହ୍ୱାଇଟ ବଲ ପକାଇଥିଲେ। ସେହିପରି ଭାରତର ଯୁବ ବ୍ୟାଟମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ରେ ଗୋଟିଏ ଓଭରରୁ ୩୯ ରନ ସଂଗ୍ରହ କରିଥିଲେ। ଏହି ଓଭରରେ ହାର୍ଦ୍ଦିକ ୫ଟି ଛକ୍କା ଓ ଗୋଟିଏ ଚୌକା ଲଗାଇଥିଲେ। ବୋଲର ଗୋଟିଏ ଓଭରରେ ହ୍ୱାଇଟ୍ ବଲ ପକାଇ ୪ ରନ ଦେଇଥିଲେ।

ତେବେ ଗୋଟିଏ ଓଭରରେ ୩୭ ରନ ସ୍କୋର କରିବାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ ୨୦୧୧ ମସିହାରେ ଆଇପିଏଲର ଏକ ମ୍ୟାଚ୍ ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳି କୋଚ୍ଚିର ଜନୈକ ବୋଲର ପି.ପରମେଶ୍ୱରନଙ୍କ ବଲରୁ ଏହି ରନ ସଂଗ୍ରହ କରିଥିଲେ। ଏହି ଓଭରରେ ଗେଲ ୪ଟି ଛକ୍କା ଓ ୩ଟି ଚୌକା ଲଗାଇଥିଲେ। ବୋଲରଙ୍କ ପକ୍ଷରୁ ତାଙ୍କୁ ଅତିରିକ୍ତ ଆଉ ଗୋଟିଏ ରନ ବି ମିଳିଥିଲା।

   Related Posts