Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବଧାନ : ୧୨୫କୋଟି ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ଗ୍ରାହକଙ୍କ ପାଇଁ ଜାରି ହେଲା ଚେତାବନୀ , ଆପଣ ମଧ୍ୟ ହୋଇପାରନ୍ତି ଶିକାର

8/09/2019 at 3:25 PM

 ନୂଆଦିଲ୍ଲୀ ୮/୯: ଯଦି ଆପଣ ଏଲଜି,ସୋନି,ହୁଓ୍ବାଇ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକର ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ହ୍ୟାକର ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ଏସଏମଏସ ଫିଶିଙ୍ଗ ଆଟାକ୍ କରି ପାରନ୍ତି।

ମାଲେସିୟାର ଏଜେଣ୍ଟ ଓଭର ଦ ଇୟର ସହାୟତାରେ ସହଜରେ ଫିଶିଙ୍ଗ ଆଟାକ୍ କରି ପାରିବେ। ଗ୍ରାହକଙ୍କ ପାଖକୁ ଏଏମଏ ସିପି ମ୍ୟାସେଜ ଆସିଥାଏ। ଏହି ମ୍ୟାସେଜ ଦ୍ବାରା ଜଣାପଡ଼ିନଥାଏ ଯେ ଏହା କେଉଁଠୁ ଆସିଛି ଏବଂ ଏହାର ଉତ୍ସ କ’ଣ? ଏହି ସମୟରେ ଆକସେପ୍ଟ ବଟନରେ କ୍ଲିକ୍ କଲେ ଆଟାକର ଆପଣଙ୍କ ମୋବାଇଲକୁ କ୍ଷତି ପହଞ୍ଚାଇବେ।

ହ୍ୟାକରମାନେ ଏହି ଆଟାକ୍ କରିବା ପାଇଁ ଓଭର ଦ ଇୟର ବ୍ୟବହାର କରିଥାଆନ୍ତି। ଏହା ଏପରି ଏକ ପ୍ରକ୍ରିୟା ଯାହା ଜରିଆରେ ସେଲ୍ୟୁଲାର ନେଟଓ୍ବାର୍କ ଅପରେଟର ଗ୍ରାହକଙ୍କ ସ୍ମାର୍ଟଫୋନରେ ନେଟଓ୍ବାର୍କ ସେଟିଙ୍ଗସ ଇନଷ୍ଟଲ୍ କରି ଥାଆନ୍ତି। ଏହି ମ୍ୟାସେଜ ଟ୍ରିକ୍ ସହାୟତାରେ ଗ୍ରାହକଙ୍କୁ ମାଲେସିୟାର ସେଟିଙ୍ଗ ଇନଷ୍ଟଲ୍ କରିବା ପାଇଁ ଫସାଇ ଦିଆଯାଇଥାଏ କାରଣ ଏପରି କଲେ ଡିଭାଇସର ଇଣ୍ଟରନେଟ୍ ଟ୍ରାଫିକ୍ ହ୍ୟାକରର ପ୍ରୋକ୍ସି ସର୍ଭର କନେକ୍ଟ ହୋଇ ଯାଇଥାଏ।

ଗବେଷକଙ୍କୁ ଏହା ବିଷୟରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଜଣା ପଡ଼ିଯାଇଥିଲା ଯାହା ପରେ ସ୍ୟାମସଙ୍ଗ ଏକ ଫିକ୍ସ ଅପଡେଟ୍ ମଇ ମାସରେ ରିଲିଜ କରିଥିଲା। ଏଥିରେ ଫିଶିଙ୍ଗ ଫ୍ଲ କଥା କହିବା ବେଳେ ସିକ୍ୟୁରିଟି ମେଣ୍ଟେନାନ୍ସ ରିଲିଜ ଗ୍ରାହକଙ୍କୁ ମିଳିଥିଲା। ସେହିଭଳି ଏଲଜି ଜୁଲାଇରେ ଫିକ୍ସ ରିଲିଜ କରିଥିଲା। କିନ୍ତୁ ହୁଓ୍ବାଇ ପକ୍ଷରୁ ଏବେ ଯାଏଁ ସ୍ମାର୍ଟଫୋନ ପାଇଁ ଫିକ୍ସ ରିଲିଜ କରାଯାଇ ନାହିଁ। ଆଣ୍ଡ୍ରଏଡ ଗ୍ରାହକଙ୍କୁ ଏହା ଚେତାବନୀ ଦିଆଯାଇଛି ଯେ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନର ସ୍କ୍ରିନରେ ଆସୁଥିବା ଏହି ଓଟିଏ ସିପି ମ୍ୟାସେଜକୁ ନ ପଢ଼ି ଆକସେପ୍ଟ କରନ୍ତୁ ନାହିଁ।

   Related Posts