Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଦିଲ୍ଲୀକୁ ଦୀପାବଳି ଡର : ଆତଙ୍କୀ ହମଲା ଆଶଙ୍କା ,ଜୈଶ୍-ଏ-ମହମ୍ମଦର ଆକ୍ରମଣ ନେଇ ଆଲର୍ଟ

27/10/2019 at 9:54 AM

ନୂଆଦିଲ୍ଲୀ ୨୭/୧୦: ଦିଲ୍ଲୀକୁ ଦୀପାବଳି ଡର । ଗୋଟିଏ ପଟେ ଆତଙ୍କୀ ହମଲା ଆଶଙ୍କା ଆଉ ଗୋଟିଏ ପଟେ ପ୍ରଦୂଷଣ । ଦୀପାବଳିରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍ -ଏ-ମହମ୍ମଦର ଆକ୍ରମଣ ଆଶଙ୍କାରେ ରାଜଧାନୀରେ ଅଭୂତପୂର୍ବ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାପାରିର ଦୁଇ ଜୈଶ୍  କମାଣ୍ଡର୍ ଙ୍କ ଟେଲିଫୋନ୍  କଥାବାର୍ତ୍ତାରୁ ଆକ୍ରମଣର ସୂଚନା ମିଳିଥିବା ଜଣାପଡ଼ିଛି।  ଜନଗହଳିପୂର୍ଣ୍ଣ ବଜାରରେ ନିରାପତ୍ତା ବ୍ୟବସ୍ଥା ସବୁଠୁ ଅଧିକ କଡାକଡି କରାଯାଇଛି । ଏହାଛଡ଼ା ମଲ୍  ଓ ମଲ୍ ଟିପ୍ଲେକ୍ସ୍‍ରେ ସଶସ୍ତ୍ର ନିରାପତ୍ତା ଗ୍ରହଣ କରାଯାଇଛି। ସେହିପରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅହମଦାବାଦ ମେଟ୍ରୋରେ ମଧ୍ୟ ସାଧାରଣ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ଦିପାବଳୀ ଆଗରୁ ରାଜଧାନୀ ଦିଲ୍ଲୀର ପବନରେ ପ୍ରଦୂଷଣ ମାତ୍ରା ବେଶ ବଢି ଯାଇଛି । ଏହାକୁ ଅତି ମାରାତ୍ମକ କ୍ୟାଟୋଗୋରୀରେ ରଖାଯାଇଛି । ତେଣୁ ଦୀପାବଳୀରେ ବାଣ ଫୁଟାଇଲେ ଏହା ଆହୁରି ପ୍ରଦୂଷିତ ହେବ । ସ୍ଥିତି ଦେଖି ଦିଲ୍ଲୀ NCR ବାସୀ ମଧ୍ୟ ବାଣ ଫୁଟାଇବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଏପଟେ ବାଣ ଫୁଟାଇବା ନେଇ କଟକଣା ମଧ୍ୟ ଜାରି କରାଯାଇଛି ।

   Related Posts