Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସିନ୍ଧିଆଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, କଂଗ୍ରେସ ବିଧାୟକଙ୍କୁ ଯାଚିଥିଲେ ୫୦ କୋଟି ଟଙ୍କା ସହ ମନ୍ତ୍ରୀ ପଦ, ବିଜେପିକୁ ଜବାବ ମାଗିଲେ ଦିଗବିଜୟ ସିଂ

1/11/2020 at 9:48 AM

ଭୋପାଳ,୦୧/୧୧: ମଧ୍ୟପ୍ରଦେଶରେ କମଲନାଥ ସରକାର ଥିବା ବେଳେ ମନ୍ତ୍ରୀ ରହିଥିବା କଂଗ୍ରେସ ବିଧାୟକ ଉମଙ୍ଗ ସିଂଘାର ବିଜେପି ନେତା ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜ୍ୟୋତିରାଦିତ୍ୟ ବିଜେପିରେ ସାମିଲ ହେବାକୁ କଂଗ୍ରେସ ବିଧାୟକଙ୍କୁ ୫୦ କୋଟି ଟଙ୍କା ଓ ମନ୍ତ୍ରୀ ପଦ ଯାଚିଥିବା ସିଂଙ୍ଘାର ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏନେଇ ଜ୍ୟୋତିରାଦିତ୍ୟଙ୍କୁ ଜବାବ ମାଗିଛନ୍ତି ।

ଦିଗବିଜୟ ସିଂ କହିଛନ୍ତି ଯେ, ଉମଙ୍ଗ ସିନ୍ଧିଆଙ୍କ ଖାସ୍ ରହିଥିଲେ । ସେ ଯାହା ଅଭିଯୋଗ କରିଛନ୍ତି ତାହାର ସ୍ପଷ୍ଟିକରଣ ରଖନ୍ତୁ ସିନ୍ଧିଆ । ଅଭିଯୋଗ ସତ ନା ମିଛ ସେନେଇ ଜ୍ୟୋତିରାଦିତ୍ୟ ଉତ୍ତର ରଖନ୍ତୁ । ଏହାସହ ଦିଗବିଜୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହ୍ୱାନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶିବରାଜ ଅଟଳ ବିହାରୀ ବାଜପେୟୀଙ୍କଠାରୁ କିଛି ଶିଖିବା ଉଚିତ । ସେ ଗୋଟିଏ ଭୋଟ ପାଇଁ ନିଦ ସରକାର ଭାଙ୍ଗିବାକୁ ରାଜି ଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।

କିଛିଦିନ ତଳେ ଉମଙ୍ଗ ଅଭିଯୋଗ କରିଥିଲେ ଯେ, ଜ୍ୟୋତିରାଦିତ୍ୟ ତାଙ୍କୁ ବିଜେପିରେ ସାମିଲ ହେବାକୁ ୫୦ କୋଟି ସହ ମନ୍ତ୍ରୀ ପଦ ଅଫର୍ କରିଥିଲେ । ଏହାସହ କଂଗ୍ରେସରେ ତାଙ୍କର ଭବିଷ୍ୟତ ନାହିଁ, ବିଜେପି ସହ କଥା ହୋଇଯାଇଛନ୍ତି ବୋଲି ମଧ୍ୟ କହିଥିଲେ । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ୨୦୨୦ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ସିନ୍ଧିଆଙ୍କ ସମର୍ଥକ ବିଧାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ସରକାରର ପତନ ଘଟିଥିଲା ।

   Related Posts