୩ ଝିଅଙ୍କୁ ବୁଡ଼ାଇ ମାରିଲା ମା’, ପରେ ନିଜେ ପାଣିକୁ ଡେଇଁଲା

Published By : Prameya-News7 Bureau | November 11, 2020 IST

ହାଇଦ୍ରାବାଦ ୧୧/୧୧: ଜନ୍ମଦାତ୍ରୀ ପାଲଟିଲା ମୃତ୍ୟୁ ଦୂତ। ମଦ ନିଶାରେ କର୍ତ୍ତବ୍ୟ ଭୁଲିଗଲା ମା’। ନିଜ ଜନ୍ମ କଲା ଛୁଆଙ୍କୁ ନିର୍ମମ ହତ୍ୟା କରିବା ପରେ ନିଜ ଜୀବନ ହାରିବାକୁ ବି ପଛାଇଲା ନାହିଁ ମହିଳା। ଏଭଳି ଏକ ଛାତିଥରା ଘଟଣା  ମଙ୍ଗଳବାର ଦିନ ଜୋଗୁଲାମ୍ବା ଗଡ଼ଓ୍ବାଲ ଜିଲ୍ଲାର ମାଲାପୁର ଗାଁରେ ଘଟିଛି।

ନିଜର ୩ ଝିଅଙ୍କୁ ହ୍ରଦକୁ ଫୋପାଡ଼ି ମାରିବା ପ​‌ରେ ନିଜେ ଡେଇଁ ଆତ୍ମହତ୍ୟା କଲା ୩୨ ବର୍ଷୀୟ ମହିଳା। ୩ ଝିଅଙ୍କ ବୟସ ଯଥାକ୍ରମେ ୧୦ ବର୍ଷ, ୩ ବର୍ଷ ଓ ୧୧ ମାସ। ବଡ଼ ଓ ମଝିଆଁ ଝିଅର ଅଣ୍ଟାକୁ ଗାମୁଛାରେ ବାନ୍ଧି ପ୍ରଥମେ ହ୍ରଦ ଭିତରକୁ ଫୋପାଡ଼ିଥିଲା ମହିଳା। ପରେ ୧୧ ମାସର ଝିଅକୁ ଧରି ପାଣି ଭିତରକୁ ଡେଇଁପଡ଼ିଥିଲା।

ତେବେ ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁସାରେ, ମହିଳା ଜଣକ ନିଶାଖୋର ଥିଲେ। ସବୁ ବେଳେ ନିଶା​‌ରେ ରହିବାକୁ ଭଲ ପାଉଥିବା ମହିଳା ପ୍ରଥମେ ବଡ଼ ଓ ମଝିଆଁ ଝିଅକୁ ହ୍ରଦ ଭିତରକୁ ଫୋପାଡ଼ିବା ପରେ ସାନ ଝିଅ ସହ ପାଣିକୁ ଡେଇଁଥିଲା।

ତେବେ ପୋଲିସ୍‌ ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିଛି। କିନ୍ତୁ ଏବେ ସୁଦ୍ଧା ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ମହିଳାଙ୍କ ସ୍ବାମୀ ଘଟଣା ସମୟରେ ପାଖରେ ଏକ କ୍ଷେତରେ କାମ କରୁଥିଲେ ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.