Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଇସ୍‌କ୍ରିମ୍‌ ଖାଇକି ଫୁଲ୍‌ ଝୁମିବେ : ଆମେରିକୀୟ କମ୍ପାନୀର ‘ଆଡଲ୍ଟ ଓନଲି ଫ୍ଲେବର’ ଆଇସ୍‌କ୍ରିମ୍‌ରେ ୦.୫% ଆଲକହଲ୍

2/10/2021 at 3:25 PM

ନୂଆଦିଲ୍ଲୀ ୦୨/୧୦ :  ଆଇସ୍‌କ୍ରିମ ତ ସମସ୍ତଙ୍କୁ ଖାଇବାକୁ ପସନ୍ଦ ଥାଏ। ହେଲେ ସବୁ ଆଇ୍ସକ୍ରିମ୍‌ର ସ୍ବାଦ ମଜା ମିଳିବା ଦରକାର। କିନ୍ତୁ କେବେ ଜାଣିଛନ୍ତି ଆଇସ୍‌କ୍ରିମ୍‌ରେ ମଦର ଫ୍ଲେବର ମିଳିଳେ କଣ କରିବେ । ତେବେ ଏଥର ମଦ ନୁହେଁ ଆଇସ୍‌କ୍ରିମ ଖାଇ ଚଢ଼ିବ ନିଶା। ଛୁମିବେ ଆଲକହଲ ପ୍ରେମୀ। ଏବେ ହ୍ୱିସ୍କି ଓ ରମ୍‌ର ମଜା ଦେବ ଆଇସକ୍ରିମ୍‌। ବଜାରକୁ ଆସୁଛି ଏଭଳି ଏକ ନିଆରା ଓ ଭିନ୍ନ ‘ଆଲକହଲ ଆଇସ୍‌କ୍ରିମ୍‌’।

ଆଇସ୍‌କ୍ରିମ ତିଆରି କରୁଥିବା କମ୍ପାନୀ ହାଗେନ-ଡାଜ୍‌ ଆଇସ୍‌କ୍ରିମର ଦୁଇଟି ନୂଆ ଫ୍ଲେଭର ଲଞ୍ଚ କରୁଛି। ଏହି ନୂଆ ଫ୍ଲେଭର ଥିବା ଆଇସ୍‌କ୍ରିମ ଅନ୍ୟ ଆଇସ୍‌କ୍ରିମ୍‌ ଠାରୁ ଟିକେ ଭିନ୍ନ ବା ଅଲଗା। କାରଣ ଏହି ଆଇସ୍‌କ୍ରିମ୍‌କୁ ଆଲ୍‌କହଲରେ ତିଆରି କରାଯାଇଛି ।

ତେବେ ଏହି, ହାଗେନ୍-ଡାଜ୍ ହେଉଛି ଏକ ଆମେରିକୀୟ ଆଇସ୍କ୍ରିମ୍ ବ୍ରାଣ୍ଡ, ଯାହାକୁ ରୁବେନ୍ ଏବଂ ରୋଜ ମ୍ୟାଟସଙ୍କ ଦ୍ୱାରା ୧୯୬୦ରେ ନ୍ୟୁୟର୍କରେ ପ୍ରତିଷ୍ଠିତ ହୋଇଥିଲା। ଭାନିଲା, ଚକୋଲେଟ୍ ଏବଂ କଫି ଫ୍ଲେଭର ଯୁକ୍ତ ଆଇସ୍‌କ୍ରିମ୍‌ରୁ କମ୍ପାନୀ ବ୍ରୁକଲିନ୍‌ରେ ଏହାର ପ୍ରଥମ ଷ୍ଟୋର୍‌ ଖୋଲିଥିଲା। ଦେଖୁ ଦେଖୁ ଆଜି ଏହା ବିଶ୍ୱର ସର୍ବୋଚ୍ଚ ଆଇସ୍କ୍ରିମ୍ ବ୍ରାଣ୍ଡରେ ପରିଣତ ହୋଇଛି।

ରିପୋର୍ଟ ଅନୁଯାୟୀ, ଆମେରିକୀୟ ଆଇସ୍କ୍ରିମ୍ କମ୍ପାନୀ ହାଗେନ୍-ଡାଜ୍ ନିଜ କୋଜି କକ୍‌ଟେଲ କଲେକସନ୍‌ ରୂପେ ଦୁଇଟି ‘ଆଡଲ୍ଟ ଓନ୍‌ଲି ଫ୍ଲେଭର’ ରେ ଆଇସ୍‌କ୍ରିମ ପ୍ରସ୍ତୁତ କରିଛି। ଲଣ୍ଡନ କକଟେଲ୍‌ ଏହି ନୂତନ ଫ୍ଲେଭର ଆଇସ୍‌କ୍ରିମକୁ  ଲଞ୍ଚ କରାଯିବ। ତେବେ ଏହା କେବଳ ସୀମତ ସମୟ ପାଇଁ ବଜାରେ ବ୍ରିକ୍ରି ହେବ। ଅର୍ଥାତ୍ ଏହା କେବଳ ଅକ୍ଟୋବର ମାସରେ ହିଁ ଏହି ଆଇସ୍‌କ୍ରିମ ମିଳିବ।

ଏହି ଆଇସ୍‌କ୍ରିମ ମାର୍କେଟରେ ରମ୍‌ ସଲ୍ଟେଡ୍‌ କାରେମେଲ ଆଣ୍ଡ ବିସ୍କୁଟ୍ ଏବଂ ଆଇରିସ୍‌ ହ୍ୱିସ୍କି ଆଣ୍ଡ ଚକୋଲେଟ ୱଫଲ୍‌ ଦୁଇଟି ଫ୍ଲେଭରରେ ଚଳିତ ମାସରେ ଉପଲବ୍ଧ ହେବ। ରମ୍‌ ଏବଂ ହ୍ୱିସ୍କି ସ୍ୱାଦ ଥିବା ଏହି ଆଇସକ୍ରିମର ପ୍ରତ୍ୟେକ ବକ୍ସରେ ୦.୫ ପ୍ରତିଶତ କମ୍‌ ଆଲକହଲ ରହିଛି। ଗୋଟିଏ ବାକ୍ସ ଆଇସକ୍ରିମର ଦାମ୍‌ ୫୦୦ ଟଙ୍କା ରଖାଯାଇଛି। ତେବେ ଏହି ଆଇସ୍‌କ୍ରିମ ଆଲକହଲିକ୍‌ ହୋଇଥିବାରୁ ଏହାକୁ ‘ଆଡଲ୍ଟ ଆଇସକ୍ରିମ’ ମଧ୍ୟ କୁହାଯାଉଛି।

   Related Posts