ଟ୍ବିନ୍ ସିଟିର ଜିରୋ ନାଇଟ୍ ସେଲିବ୍ରେସନ : ପିଇଗଲେ ୧୫ କୋଟି ଟଙ୍କାର ମଦ
1/01/2019 at 6:13 PM

ଭୁବନେଶ୍ବର ୧|୧: ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ବାଗତ କରିବାକୁ ମାତି ଉଠିଥିଲେ ସାରା ରାଜ୍ୟ । ଖାସ କରି ଟ୍ୟୁଇନସିଟିରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ହୋଟେଲରେ ନାଚ ଗୀତର ଆସରରେ ଜିରୋ ଆଓ୍ବାର ସେଲିବ୍ରେସ ବି ଚାଲିଥିଲା । ଆଉ ଏଥିରେ ଗୀତ ଓ ବାଦ୍ୟର ତାଳ ସାଙ୍କୁ ପେକ ପରେ ପେକ ମାରି ମତୁଆଲା ହୋଇଥିଲେ ଦେଖାଣାହାରି । ଜିରୋ ଆଓ୍ବାର ସେଲିବ୍ରେସନରେ ୧୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି ଖାସ ସେଲିବ୍ରେସନ ପାଇଁ । ବାହାର ମଦ କାଉଣ୍ଟର କଥା ଛାଡନ୍ତୁ ଗୋଟିଏ ଗୋଟିଏ ତାରକା ହୋଟେଲରେ କେବଳ ୧୫ରୁ ୨୦ ଲକ୍ଷ ଟଙ୍କାର ମଦ କାରବାର ହୋଇଥିବା ଜଣା ପଡିଛି । ଯାହା ସେଲିବ୍ରେଟିଙ୍କ ସହ ନାଡ ଗୀତ କୁ ଆହୁରୀ ମତୁଆଲା କରିଥିଲା ।

ଗୀତର ତାଳେ ତାଲେ ମତୁଆଲା ହୋଇଥିଲା ପୁରା ସହର । ହୋଟେଲରେ ଚାଲିଥିଲା ନ୍ୟୁ ଇୟର ସେଲିବ୍ରେସନର ପାର୍ଟି । ପାଦକୁ ପାଦ ମିଳାଇ ମତୁଆଲା ହୋଇଥିଲେ ସବୁ ବର୍ଗର ଲୋକେ । ରାତି ଯେତିକି ବଢୁ ଥିଲା ପାଦର ଗତିକୁ ବି ସେତିକି ଆଗକୁ ବଢାଉଥିଲା ନିଶା । ନୂଆ ବର୍ଷ ଆଗରୁ ପେଗ ପେଗ ଟେକି ଚାଲିଥିଲେ । ରାତି ବଢିବା ସାଙ୍ଗକୁ ପାର୍ଟିର ଯୋଶ ବି ବଢି ଚାଲିଥିଲା । ବିଦେଶୀ ମଦର ନିଶା ମତୁଆଲା କରୁଥିଲା । ପାଦର ତାଳକୁ ବଳ ବି ଦେଉଥିଲା । ଜିରୋ ଆଓ୍ବାର ସେଲିବ୍ରେସନରେ ପେକ ପେଗ ପେଗ ଢୋକି ଚାଲିଥିଲେ । ହୋଟେଲରେ ଆୟୋଜନ ହୋଇଥିବା ନ୍ୟୁ ଇୟର ସେଲିବ୍ରେସନ ପାର୍ଟିରେ ୧୫ରୁ ୨୦ ଲକ୍ଷ ୟଙ୍କାର ନାମି ଦାମି ବ୍ରାଣ୍ଡର ମଦ ବିକ୍ରି ହୋଇଥିବା ସୂଚନା ମିଳିଛି । କେବଳ ବଡ ବଡ ହୋଟେଲ ନୁହେଁ ଡିସେମ୍ବର ୩୧ ରାତିରେ ଗୋଟିଏ ଗୋଟିଏ ମଦ କାଉଣ୍ଟରେ ବିକ୍ରି ହୋଇଛି ୧୦ ରୁ ୧୫ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ମଦ ବୋଲି ସୂଚନା ମିଳିଛି । ଭୁବନେଶ୍ବର ହୋଟେଲ ବାରକୁ ମିଶାଇ ୯ କୋଟି ଟଙ୍କାର ମଦ କାର ବାର ହୋଇଛି । ଆଉ କଟକରେ ବି କିଛି କମ ନଥିଲା । କଟକର ଜିରୋ ଆଓ୍ବାର ରାତିକୁ ରଙ୍ଗିନ କରିବାକୁ ୬ କୋଟି ଟଙ୍କାର ମଦ କାର ବାର ହୋଇଛି । ସାରା ରାଜ୍ୟ କଥା ଛାଡନ୍ତିୁ କେବଳ କଟକ ଓ ଭୁବନେଶ୍ବର ସହରରେ ନୂଆ ବର୍ଷକୁ ସ୍ବାଗତ କରିବା ଲାଗି ୯ କୋଟି ଟଙ୍କାର ମଦକୁ ପେଗ ପରେ ପେଗ ଢୋକି ଦେଇଛନ୍ତି ।

ରଙ୍ଗୀନ ରାତି ସେଲିବ୍ରେଟିଙ୍କ ମାହୋଲ ଆଉ ତାହା ସାଙ୍ଗକୁ ବିଦେଶୀ ବ୍ରାଣ୍ଡ ଜିରୋ ଆଓ୍ବାରର ସେଲିବ୍ରେସନକୁ ବେଶ ରଙ୍ଗିନ କରିଥିଲା । ଗୀତର ତାଳେ ତାଳେ ମତୁଆଲା ହୋଇଥିଲେ ସହର ବାସୀ ।