ବୈଜ୍ଞାନିକଙ୍କ ଅଜବ ଯୁକ୍ତି : ଆଲକହଲ ଶୁଙ୍ଘିଲେ ଭଲ ହୋଇଯିବ କରୋନା

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୬/୭ : ଦେଶରେ ଯେବେଠାରୁ କରୋନା ଭାଇରସର ଆତଙ୍କ ଦେଖାଦେଇଛି ସେବେଠାରୁ ଏହାକୁ ନେଇ ଅନେକ ଚର୍ଚ୍ଚା ବି ହେଉଛି । ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଓ ରିସର୍ଚ୍ଚରମାନେ ଏହାର ଆରୋଗ୍ୟ ନେଇ ଅନୁସନ୍ଧାନ ଚଳାଇଛନ୍ତି । ଭାଇରସରୁ ଉପଶମ ପାଇଁ ମାସ୍କକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିଭଳି ଆଲକହଲରୁ ପ୍ରସ୍ତୁତ ହେଉଥିବା ସାନିଟାଇଜର ବି କରୋନାରୁ କେତେ ଲାଘବ ଦେଉଛି ।

ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି କି, ଆଲକହଲ ଶୁଙ୍ଘିବା ଦ୍ୱାରା କରୋନାରୁ ମୁକ୍ତି ମିଳିପାରିବ । ଆମେରିକା ବୈଜ୍ଞାନିକ ମାନେ ଏନେଇ ରିସର୍ଚ୍ଚ କରିବାକୁ ଜାଣିବାକୁ ପାଇଛନ୍ତି । ବର୍ତ୍ତମାନ ପରୀକ୍ଷଣର ତିନୋଟି ପର୍ଯ୍ୟାୟର ଫଳାଫଳ ଆସିଛି । ଯେଉଁଛପାଇଁ ବୈଜ୍ଞାନିକମାନେ ବହୁତ ଉତ୍ସାହିତ ଅଛନ୍ତି । କାରଣ ଏପର୍ଯ୍ୟନ୍ତ କରାଯାଇଥିବା ପରୀକ୍ଷଣର କିଛି ସମୟ ପରେ ରୋଗୀମାନେ ନିଶ୍ୱାସ ନେବାରେ ସହଜ ହୋଇଥିଲା ।

ଏମିତିରେ ଦେଖିବାକୁ ଗଲେ ଭାପୋ ନେବା ଟେକନିକ୍ ଭାଇରସକୁ ଖତମ କରିବାର ପୁରୁଣା ଉପାୟ । ହେଲେ ଫୁସୁଫୁସ ଇନଫେକସନ ମାମଲାରେ ଆଲକହଲ ଭାପୋ ନେବା ପ୍ରଣାଳୀ ଏହା ପ୍ରଥମ । ଯୁକ୍ତରାଷ୍ଟ୍ରର ଫୁଡ ଏବଂ ଡ୍ରଗ୍ସ ଏଡମିନଷ୍ଟ୍ରେସନ ବା ଏଫଡିଏ ଏହି ଅନୁସନ୍ଧାନ ଅଗ୍ରଗତି କରିଛି । ବୈଜ୍ଞାନିକ ଶକ୍ତି ଶର୍ମା ଦିଲ୍ଲୀରେ ଏହି ପ୍ରସଙ୍ଗରେ ଅନେକ ପରୀକ୍ଷଣ କରିବାର ସଫଳତାକୁ ନେଇ ଉତ୍ସାହିତ ହୋଇ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି ।

ଏହା ପରେ, ସେ ପାଇଥିବା ଚିଠିଟି ପ୍ରମାଣ କରିବାକୁ ଯଥେଷ୍ଟ ଯେ ଏହି କୌଣଶଳଟି କରୋନା ଭୂତାଣୁ ଉପରେ ପ୍ରଭାବ ପକାଇଛି । ତା ହେଉଛି, ମଦ ସୁଙ୍ଘି ଆପଣ କୋଭିଡକୁ ମାତ ଦେଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.