Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଖୋର୍ଦ୍ଧାରେ ବଢ଼ୁଛି ଚୋରା ଦେଶୀ ମଦ କାରବାର, ୩୮୫ ଲିଟର ଦେଶୀ ମଦ ସହ ୩ ଗିରଫ

10/11/2021 at 9:39 PM

ଖୋର୍ଦ୍ଧା ୧୦/୧୧: ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରା ଦେଶୀ ମଦ କାରବାର । ବିଶେଷ କରି ବେଗୁନିଆ ଓ ବୋଲଗଡ଼ ଅଂଚଳରେ ଚୋରା ଦେଶୀମଦ ରାନ୍ଧି ମାଫିଆ ମାନେ ମଲାମାଲ ହେଉଛନ୍ତି ।

ଆଜି ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ବେଗୁନିଆର ସାନପଦର, ଗଡମାଣିତ୍ରୀ ଓ ବୋଲଗଡ଼ର ବାଙ୍କେ।ଇ , ଚୁଡା ଅଂଚଳରେ ଚଢ଼ାଉ କରି ୬ ହଜାର ଲିଟର ପୋଚ, ୩୮୫ ଲିଟର ଦେଶୀ ମଦ, ୧୦ ଲିଟର ବିଅର ସହ ବହୁ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଗିରଫ

ଅଭିଯୁକ୍ତମାନେ ହେଲେ ସାନପଦର ଗ୍ରାମର ଶରତ ଚନ୍ଦ୍ର ବେହେରା, ଗଡ଼ମାଣିତ୍ରୀ ଗ୍ରାମର ପ୍ରଶାନ୍ତ ମାନସିଂ ଓ ବାଙ୍କୋଇ ଗ୍ରାମର ଟୁନି ବରାଳ ।

   Related Posts