ଅନ‌ଲାଇନ୍‌ ବଦଳରେ ଖୋଲମ୍ ଖୋଲା ଚାଲିଛି ମଦ ବିକ୍ରି, ବହୁ ଦୂରରେ ସାମାଜିକ ଦୂରତା

Published By : Prameya-News7 Bureau | May 26, 2020 IST

ଆନନ୍ଦପୁର୨୬/୫: ରାଜ୍ୟରେ ଲକ୍‌ଡାଉନ୍ କଟକଣା କୋହଳ ହେବା ସହ ମଦ ବିକ୍ରି ଲାଗି ସରକାର ଅନୁମତି ଦିଆଯାଇଛି। ମଦ ବିକ୍ରି ଲାଗି ସରକାର ଅନୁମିତି ଦେବା ପରେ ସାମାଜିକ ଦୂରତା ନିୟମକୁ ଭୁଲି ଗଲେ ଲୋକେ। ସାମାଜିକ ଦୂରତାକୁ ଲକ୍ଷ୍ୟ କରି ଅନ୍‌ଲାଇନ୍‌ରେ ମଦ ବିକ୍ରି ଲାଗି ସରକାର ଅନୁମତି ଦେଇଛନ୍ତି।ତେବେ ସରକାରଙ୍କ  ଏହି ନିୟମକୁ ମୋଡି ମକଚି ଆନନ୍ଦପୁର ଠାରେ କାଉଣ୍ଟର ଖୋଲି ସିଧାସଳଖ ଭାବେ ମଦ ବିକ୍ରି ଚାଲିଛି। ମଦ ବିକ୍ର ଲାଗି ହ୍ବାଟସଆପ୍‌ ନମ୍ବର ଜାରି କରିଛନ୍ତି ମଦ କୋକାନୀ। ହେଲେ  ସରକାରଙ୍କ ନିୟମ ଫୁ କରି ମଦ ଦୋକାନ ସାମ୍ନାରେ ଭିଡ ଲଗାଇଛନ୍ତି ଗ୍ରାହକ। ଲୋକଙ୍କୁ ଅନଲାଇନ୍‌ ଦେବା ବଦଳରେ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ ଲାଗିବା ଦୃଶ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନ୍ତୋଷ ବଢ଼ାଇ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.