Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାର୍ଲସ ହଷ୍ଟେଲରେ ଚାଲିଥିବା ‘ରେଭ୍ ପାର୍ଟି’ ଭିଡିଓ ଭାଇରାଲ୍, ସିବିଆଇ ଅଫିସରଙ୍କ ଘରେ ଚାଲିଥିଲା ହଷ୍ଟେଲ

5/09/2019 at 12:12 PM

ପାଟନା ୫।୯: ପ୍ରତିବନ୍ଧକ ଲାଗିବା ସତ୍ବେ ଯେପରି ଗୁଜୁରାଟରେ ମଦ୍ୟପାନ ରୋକାଯାଇପାରିନାହିଁ ସେହିପର୍ ବିହାରରେ ମଧ୍ୟ ଏହି ଆଇନ ପ୍ରଭାବ ପକାଇପାରିନାହିଁ । ଗୁଜୁରାଟ ଭଳି ଏଠାରେ ମଧ୍ୟ ଚୋରାରେ ଚାଲାଣ କରାଯାଇ ମଦ ବିକ୍ରି କରାଯାଉଛି । ପୋଲିସ କିନ୍ତୁ ନିଜ କାମ କରୁଛି ।

ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବିହାରର ରାଜଧାନୀ ପାଟନାର ଏକ ଗାର୍ଲସ ହଷ୍ଟେଲରେ ପ୍ରତିଦିନ ରେଭ୍ ପାର୍ଟି ହେଉଥିଲା । ଏହି ହଷ୍ଟେଲରେ ହଷ୍ଟେଲର ସଞ୍ଚାଳକଙ୍କ ଭାଇ ଏବଂ ଅନ୍ୟ ତିନି ଜଣ ମଦ୍ୟପାନ କରୁଥିଲେ । ସେହି ସମୟରେ ହଷ୍ଟେଲରେ ରହୁଥିବା ଯୁବତୀମାନେ ସେମାନଙ୍କର ଭିଡିଓ ଶୁଟ୍ କରିଦେଇଥିଲେ । ତାପର ଦିନ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଥିଲେ ।

ଭିଡିଓ ଭାଇରାଲ୍ ହେବା ପରେ ଡିଏସପିଙ୍କ ନେତୃତ୍ବରେ ପୀରବହୋର ଥାନା ପୋଲିସ ହଷ୍ଟେଲରେ ଚଢାଉ କରିଥିଲା । ପୋଲିସ ସେଠାରେ ନିୟୋଜିତ ୨ ଜଣ ଗାର୍ଡଙ୍କୁ ଗିରଫ କରିଥିଲା । ପୋଲିସ ଚଢାଉ କରିବା ବେଳକୁ ହଷ୍ଟେଲ ସଞ୍ଚାଳକ ରାଜେଶ ସହାୟ ଏବଂ ତାଙ୍କ ଭାଇ ଅଭିଷେକ ସହାୟ ଫେରାର ହୋଇଯାଇଥିଲେ ।

ପୋଲିସ ସୂଚନା ଅନୁସାରେ ହଷ୍ଟେଲ ସଞ୍ଚାଳକ ରାଜେଶ ସହାୟ, ତାଙ୍କ ସ୍ତ୍ରୀ ସନ୍ଧ୍ୟା ସହାୟ ଏବଂ ଭାଇ ଅଭିଷେକ ସହାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଏହି ଗାର୍ଲସ ହଷ୍ଟେଲ ସିବିଆଇ ଡିସିପିଙ୍କ ଘରେ ଚାଲିଥିଲା । ଅଭିଯୁକ୍ତ ଘରଭଡା ନେଇ ହଷ୍ଟେଲ କରିଥିଲେ ।

ହଷ୍ଟେଲରେ ରହୁଥିବା ଯୁବତୀମାନେ କହିଛନ୍ତି ଯେ, ଅଭିଷେକ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଭ୍ ପାର୍ଟି କରୁଥିଲେ । ପୂର୍ବରୁ ଏନେଇ ସେମାନେ ରାଜେଶ ଏବଂ ତାଙ୍କ ସ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ସେମାନା କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଯାହା ଫଳରେ ଅଭିଷେକ ପାର୍ଟି କରୁଥିଲା । ଏଥିରେ ଅତିଷ୍ଠ ହୋଇ ଯୁବତୀମାନେ ପାର୍ଟି ଚାଲିଥିବା ସମୟରେ ଭିଡିଓ ଶୁଟ୍ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଲେ ।

   Related Posts