Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପଞ୍ଜାବ ସରକାରଙ୍କ ବିବାଦୀୟ ନିଷ୍ପତ୍ତି : ଅତ୍ୟାବଶ୍ୟକୀୟ ତାଲିକାରେ ଆଲକହଲ ସାମିଲ, କର୍ଫ୍ୟୁରେ ବି ଖୋଲିବ ମଦ ଦୋକାନ

6/05/2021 at 10:31 AM

ପଞ୍ଜାବ ୬/୫: କରୋନା ସଂକ୍ରମଣ ମଧ୍ୟରେ ପଞ୍ଜାବ ସରକାରଙ୍କ ଅଜବ ନିଷ୍ପତ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ସାମିଲ ହୋଇଛି ମଦ୍ୟ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଲକଡାଉନ୍ ସମୟରେ ମଦଦୋକାନ ସବୁ ଖୋଲାରହିବ । ମଙ୍ଗଳବାର ଏ ସମ୍ପର୍କରେ ପଞ୍ଜାବ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବଶ୍ୟ, ବିଜ୍ଞପ୍ତିରେ ବିଳମ୍ବ ହେତୁ ଗୋଟିଏ ଦିନ ପରେ ଚୁକ୍ତିନାମା ଅନୁଯାୟୀ ଦୋକାନ ଖୋଲିବ ।

ପୂର୍ବରୁ କରୋନା ସଂକ୍ରମଣର ମୁକାବିଲା ପାଇଁ ପଞ୍ଜାବ ସରକାର ଲକଡାଉନ କରିବାକୁ ଘୋଷଣା କରିଥିଲେ । ଏଥିରେ ଅତ୍ୟାବଶ୍ୟକୀୟ ସେବା ଯେପରିକି ଔଷଧ, କ୍ଷୀର, ପନିପରିବା, ମାଂସ ଇତ୍ୟାଦି ଅତ୍ୟାବଶ୍ୟକ ଦ୍ରବ୍ୟର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିଲା । ସେହିପରି ବିବାହ ପାଇଁ କେବଳ ୧୦ ଜଣଙ୍କୁ ଏବଂ ଅନ୍ତିମ ସଂସ୍କାରରେ ୧୦ ଜଣଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଛି ।

ତେବେ ମଦଦୋକାନ ଖୋଲାଯିବା ନେଇ ନିଷ୍ପତ୍ତି ନଥିଲା । କିନ୍ତୁ ଏବେ ମଦ ଦୋକାନ ଖୋଲିବାକୁ ଗାଇଡାଲାଇନ ଜାରି ହୋଇଛି । ପୂର୍ବରୁ ଲକଡାଉନ ସମୟରେ ପରେ ମଦ କଣ୍ଟ୍ରାକ୍ଟରଙ୍କ ଠାରୁ ମଦ ଚୁକ୍ତି ଖୋଲିବାକୁ କ୍ରମାଗତ ଦାବି କରାଯାଇଆସୁଥିଲା । ସରକାରଙ୍କ ଏହି ଆଦେଶ ପରେ ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ଚୁକ୍ତିନାମା ଖୋଲାଯିବ ।

   Related Posts