Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଦେଶରେ କେବଳ ୨୦୨୦ରେ ମଦ୍ୟପାନ ଯୋଗୁଁ ୬୨,୧୦୦ ଜଣ କର୍କଟରେ ଆକ୍ରାନ୍ତ, କୋଭିଡ୍ ସମୟରେ ସ୍ଥିତି ଆହୁରି ଭୟଙ୍କର ; ରିପୋର୍ଟ…

16/07/2021 at 9:58 PM

ନୂଆଦିଲ୍ଲୀ ୧୬/୦୭ : ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ଏହା ପରେ ବି ଦେଶରେ ଦିନକୁ ଦିନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପରିଣାମ ସ୍ବରୂପ ବର୍ଷକୁ ବର୍ଷ ମଦ୍ୟପାନ ଜନୀତ କ୍ୟାନସର ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ଏକ ରିପୋର୍ଟ ଅନୁଯାୟୀ ଗତ ବର୍ଷ ମଦ୍ୟପାନ ଯୋଗୁଁ ପ୍ରାୟ ୬୨,୧୦୦ ଜଣ ଭୟଙ୍କର କ୍ୟାନସର ରୋଗରେ ପୀଡିତ ହୋଇଛନ୍ତି । ଦି ଲାନ୍ସେଟ୍‌ ଡାଇଗ୍ନୋସଡ୍‌ ଜର୍ନାଲର ରିପୋର୍ଟରେ ଏହା ପ୍ରକାଶ ପାଇଛି । ଅର୍ଥାତ ଦେଶରେ ମଦ୍ୟପାନ କରୁଥିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ସେହିଭଳି ସାରା ବିଶ୍ବରେ ମଧ୍ୟ ସ୍ଥିତି ସାଂଘାତିକ ହୋଇପଡିଛି । ବିଶ୍ବରେ କେବଳ ୨୦୨୦ ମସିହାରେ ମଦ୍ୟପାନ ଜନୀତ ୭ ଲକ୍ଷ ୪୦ ହଜାର ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ବିଶ୍ବର ୭୭ ପ୍ରତିଣତ(୫,୬୮,୭୦୦) ପୁରୁଷ ମଦ୍ୟପାନ ଯୋଗୁଁ କର୍କଟ ରୋଗରେ ପୀଡିତ ହେଉଥିବା ବେଳେ ୨୩ ପ୍ରତିଶତ (୧,୭୨,୬୦୦) ମହିଳା ଏହାର ଶିକାର ହେଉଛନ୍ତି ।

୨୦୨୦ ମସିହାରେ ବିଶ୍ବର ୬୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ମୂଖ, ଫାରିନକ୍ସ, ଭଏସ୍ ବକ୍ସ (ଲାରିନକ୍ସ), ଓସୋଫେଜ୍, କୋଲନ୍, ରେକ୍ଟମ୍, ଯକୃତ ଏବଂ ସ୍ତନ କର୍କଟରେ ପୀଡିତ ହେଉଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁରୋପିୟାନ ଦେଶ ଗୁଡିକରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କମୁଥିବା ବେଳେ ଭାରତ, ଚାଇନା ଏବଂ ପ୍ରାନ୍ତୀୟ ଆଫ୍ରିକା ଭଳି ଦେଶମାନଙ୍କରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହାକି କର୍କଟ ରୋଗ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି । ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପଛରେ ଆଉ ଏକ କାରଣ ହେଉଛି କରୋନା ମହାମାରୀ । ଲୋକମାନେ ମହାମାରୀ ସମୟରେ ସରକାରଙ୍କ ଗାଇଡଲାଇନ୍‌ ମାନି ଘରେ ରହୁଥିଲେ । ଏହି ସମୟରେ ସେମାନେ ମଦ ପିଇବା ଅଧିକ ବଢାଇ ଦେଇଥିଲେ ।

ଭାରତରେ କେବଳ ୨୦୨୦ରେ କର୍କଟ ରୋଗୀଙ୍କ ସଂଖ୍ୟା ୫ ପ୍ରତିଶତ (୬୨,୧୦୦) ବୃଦ୍ଧି ପାଇଥିବା ବେଳେ ଚାଇନାରେ ୬ ପ୍ରତିଶତ (୨,୮୨,୩୦୦), ଜର୍ମାନୀରେ ୪ ପ୍ରତିଶତ (୨୧,୫୦୦) ଏବଂ ଫ୍ରାନ୍ସରେ ୪ ପ୍ରତିଶତ (୨୦,୫୦୦) କର୍ଟକ ରୋଗୀ ଚିହ୍ନଟ ହୋଇଛନ୍ତି ।

   Related Posts