Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ଆଲକୋହଲରେ ପ୍ରସ୍ତୁତ ଏହି ୧୦ଟି ପାନୀୟ ହୋଇପାରେ ସ୍ୱାସ୍ଥ୍ୟକର, ଜାଣନ୍ତୁ କିପରି

6/07/2019 at 4:23 PM

କୁହାଯାଏ ଆଲକୋହଲ ସ୍ୱାସ୍ଥ୍ୟପକ୍ଷରେ କ୍ଷତିକାରକ। ମଦ୍ୟରେ ବେଶିମାତ୍ରାରେ ଆଲକୋହଲ ରହୁଥିବା ଯୋଗୁ ଏହାକୁ ଆମେ ଅସ୍ୱାସ୍ଥ୍ୟକର ଓ ହାନିକାରକ କହିଥାଉ। ହେଲେ ଆଜିକାଲି ଆଲକୋହଲ ପେୟ ପ୍ରତି ଲୋକଙ୍କ ଆକର୍ଷଣ ବଢିବାରେ ଲାଗିଛି। ତେବେ ଆଲକୋହଲ ଯୁକ୍ତ ୧୦ଟି ପାନୀୟ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇପାରେ ବୋଲି ଜଣାପଡିଛି। ଯେଉଁଥିରେ ସାମ୍ପେନଠାରୁ ଆରମ୍ଭ କରି ହ୍ୱିସ୍କି ପର୍ଯ୍ୟନ୍ତ ପାନୀୟ ରହିଛି। ତେବେ ଏହାକୁ ପାନ କରିବାର କିଛି ବିଧି ରହିଛି। ସେହି ଅନୁସାରେ ଏହି ସବୁ ଡ୍ରିଙ୍କସ ନେଲେ ସ୍ୱାସ୍ଥ୍ୟପ୍ରଦ ହେବା ସହ ନିରୋଗ ରହିପାରିବେ।

ସବୁଠାରୁ ଲୋକପ୍ରୀୟ ପେୟ ହେଉଛି ବିୟର। ଏଥିରେ ଆଲକୋହଲ ପରିମାଣ ବହୁତ କମ୍ ଥାଏ। ତେବେ ଏଥିରେ ଥିବା ଫେନୋଲ ନାମକ ଏଣ୍ଟି ଅକ୍ସିଡେଣ୍ଟ ଆମ ଶରୀର ପାଇଁ ବିଶେଷ ଲାଭଦାୟୀ ହୋଇଥାଏ।ଏହି ପେୟ ରକ୍ତଚାପ ନିୟନ୍ତ୍ରଣ କରିବା ସହ ହୃଦଘାତ ଓ କିଡନୀ ଷ୍ଟୋନ ଭଳି ଆଶଙ୍କାକୁ ଦୂରେଇ ପାରେ। ସେହି ପରିଆଉ ଏକ ଲୋକପ୍ରୀୟ ଡ୍ରିଙ୍କ ହେଉଛି ଭୋଡକା। ଏଥିରେ ଆଲକୋହଲ ଥିଲେ ବି ମାତ୍ରା ମଦ୍ୟ ତୁଳନାରେ ସାମାନ୍ୟ କମ୍। ଏହାକୁ ନିୟନ୍ତ୍ରିତ ମାତ୍ରାରେ ପାନ କଲେ ମାନସିକ ଉତ୍ତେଜନାରୁ ମୁକ୍ତ ରଖିବା ସହ ଶରୀରକୁ କିଟାଣୁ ମୁକ୍ତ କରିଥାଏ।  ସେହି ପରି ଓଜନ ହ୍ରାସରେ ମଧ୍ୟ ଏହି ପେୟ ସହାୟକ ହୋଇଥାଏ।

ସେହିପରି ଏକ ପାନୀୟ ହେଉଛି ଟକିଲା। ଭୋଡକା ଅପେକ୍ଷା ଏହା କମ୍ କ୍ୟାଲୋରୀ ଯୁକ୍ତ। ହେଲେ ଏଥିରେ ମିଳୁଥିବା ଆଗାଭିନସ୍ ଏକ ପ୍ରାକୃତିକ ସର୍କରା। ଯାହା ପାଚନ ଯୋଗ୍ୟ ନୁହେଁ। ଏହା ଓଜନ ହ୍ରାସ ସହ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ ରଖେ। ସେହିପରି ରେଡ ୱାଇନ୍ ଏକ କିସମର ଅଙ୍ଗୁରରୁ ପ୍ରସ୍ତୁତ ହୋଇଥାଏ। ଯାହା ଆପଣଙ୍କୁ ସଦା ଜବାନ ରଖିବା ସହିତ, ହୃଦୟର ସ୍ୱାସ୍ଥ୍ୟ ଉତ୍ତମ ରଖିଥାଏ।

ହ୍ୱିସ୍କି ଏକ ଆଲକୋହଲିକ ଡ୍ରିଙ୍କସ। ଅଧିକ ମାତ୍ରାରେ ସେବନ ନିଶାଗ୍ରସ୍ତ କରେ। ତେବେ ସନ୍ତୁଳିତ ପେୟ ମାନସିକ ଶକ୍ତିବୃଦ୍ଧି ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ହୃଦଘାତ ଜନିତ ସମସ୍ୟାରୁ ମୁକ୍ତ ରଖିବା ସହ ଶରୀରରେ କ୍ୟାନସର କୋଷିକା ସୃଷ୍ଟି ହେବାକୁ ଦେଇନଥାଏ। ସେହି ପରି ରମ୍ ମଦ୍ୟ ହୋଇଥିଲେ ବି ଏଥିରେ ଔଷଧିୟ ଗୁଣ ରହିଛି। ଯାହାକୁ ଆମେ ଔଷଧ ଭଳି ଉପଯୋଗ କଲେ ଦୀର୍ଘାୟୁ ହେବା ସହ ମାଂସପେଷୀ ଓ ଅସ୍ଥି ଜନିତ ସମସ୍ୟାରୁ ଆମକୁ ମୁକ୍ତ ରଖିଥାଏ। ଏହାକୁ ବ୍ଲଡ ଥିନର ବି କୁହାଯାଏ। ବ୍ରାଣ୍ଡି ମଦ ହେଲେ ବି ଔଷଧିୟ ଉପଯୋଗ ହୋଇଥାଏ। ସ୍ୱସ୍ଥ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ଏହି ପେୟ ଶରୀରର ଖରାପ କୋଲେଷ୍ଟରଲ ସ୍ତର ହ୍ରାସରେ ସହାୟକ ହୋଇଥାଏ। ନିୟମିତ ପାନ କଲେ ମୁତ୍ରାଶୟ ଓ ଡିମ୍ବଗ୍ରନ୍ଥି କର୍କଟରୁ ରକ୍ଷା ମିଳିଥାଏ।  

   Related Posts