ଆଲକୋହଲ୍ ପିଉଥିବା ଲୋକଙ୍କ ପାଇଁ ଖୁସିଖବର : ମିଳିବ ଜବରଦସ୍ତ ଫାଇଦା

Published By : Prameya-News7 Bureau | March 27, 2019 IST

ଆଲକୋହଲ୍ ଏପରି ଏକ ଜିନିଷ ଯାହା ଆଜିକାଲି ସମସ୍ତେ ପିଉଛନ୍ତି। ଆଜିକାଲି ଯୁଗରେ ଆଲକୋହଲ୍ ସେବନ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଆଜିକାଲି ଛୋଟ ଛୋଟ ପିଲାମାନେ ମଧ୍ୟ ଆଲକୋହଲ୍ ପିଉଛନ୍ତି। ଆଜି ଆମେ ଏପରି କଥା ଜାଣିବା ଯାହା ଶୁଣିଲେ ଆପଣଙ୍କ ମୁହଁରେ ହସ ଫୁଟି ଉଠିବ। ତେବେ ଆସନ୍ତୁ ଜାଣିବା ଆଲକୋହଲ ପିଇବାର ଫାଇଦା

୧.ମାନସିକ ଚିନ୍ତାରୁ ମୁକ୍ତି : ଅନେକ ଲୋକ ମାନିଥାନ୍ତି ଯେ ମଦ ମାନସିକ ଚିନ୍ତାରୁ ମୁକ୍ତି ଦେଇଥାଏ। ସେଥିପାଇଁ ଆପଣ ଦେଖିଥିବେ ଯେତେବେଳେ ଲୋକେ ଚିନ୍ତାରେ ଥାଆନ୍ତି ସେତେବେଳେ ସେମାନେ ଆଲକୋହଲର ସାହାଯ୍ୟ ନେଇଥାଆନ୍ତି। କିନ୍ତୁ ଅତ୍ୟଧିକ ମଦ ପିଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।

୨.ଥଣ୍ଡାରେ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ: ଶୀତ ଦିନରେ କେତେକ ଲୋକ ଉଷ୍ମତା ପାଇବା ପାଇଁ ମଦ ପିଇଥାଆନ୍ତି। ମଦ ରକ୍ତ କୋଶିକା ଭିତରେ ରକ୍ତପ୍ରବାହକୁ ତୀବ୍ର କରିଥାଏ।

୩.ଭୋକ ବଢ଼ାଇଥାଏ: ଆଲକୋହଲ୍ ଆମାଶୟରେ ମଧ୍ୟ ରକ୍ତପ୍ରବାହକୁ ତୀବ୍ର କରିଥାଏ। ଯାହା ଦ୍ବାରା ମନୁଷ୍ୟର କ୍ଷୁଧା ବଢ଼ିଥାଏ।

୪.ଓଜନ ବଢ଼ାଇଥାଏ: ଆଲକୋହଲ ଅଧିକ ମାତ୍ରାରେ କ୍ୟାଲୋରୀ ବିପାକ କରିଥାଏ ଯାହା ଦ୍ବାରା ଶରୀରକୁ ଅଧିକ ମାତ୍ରାରେ ଫ୍ୟାଟ୍ ମିଳିଥାଏ। ତେଣୁ ପତଳା ଲୋକଙ୍କୁ ନିଜ ଓଜନ ବଢ଼ାଇବାରେ ଏହା ସହାୟକ ହୋଇଥାଏ।

୫.ଭଲ ନିଦ ହୋଇଥାଏ: ମଦ ପିଇବା ଦ୍ବାରା ଭଲ ନିଦ ହୋଇଥାଏ। ଏହା ଦ୍ବାରା ଶରୀରକୁ ଆରାମ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.