ଓଡିଆ ଆଲବମ୍ ଅଭିନେତ୍ରୀ ଏବେ ମାତା ମାହେଶ୍ବରୀ, ଜୟପୁରରେ କରୁଛନ୍ତି କଳ୍କି ମହାଯଜ୍ଞ, ବସିଛନ୍ତି ପଦ୍ମ ଆସନରେ

Published By : Prameya-News7 Bureau | January 17, 2019 IST

ଜୟପୁର ୧୭|୧: ଗ୍ଲାମର ଦୁନିଆ ଛାଡି ସେ ଏବେ ପାଲଟି ଯାଇଛନ୍ତି ଆତ୍ମଘୋଷିତ ମାତା । ଦିନେ ସେ ତାଙ୍କ ନାଚ, ଅଭିନୟରେ ସେ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲେ । ଓଲିଉଡ ଇଣ୍ଡଷ୍ଟ୍ରିରେ ଛାଇ ରହିଥିଲା ତାଙ୍କର ଯାଦୁ । ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଶ୍ବେତା ମଲ୍ଲିକ । ଗ୍ଲାମର ଦୁନିଆର ମୋହ ମାୟା ତାଙ୍କୁ ବହୁ ଦିନ ଇଣ୍ଡଷ୍ଟ୍ରିରେ ବାନ୍ଧି ରଖିପାରିନଥିଲା । ସେ ଗ୍ଲାମର ଦୁନିଆର ମୋହ ମାୟା ଛାଡି ଏବେ ପାଲଟି ଯାଇଛନ୍ତି ମାତା ମାହେଶ୍ବରୀ । ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆରେ ସେ ପାଦ ଦେଇଛନ୍ତି । ଲୋକଙ୍କୁ ମୋକ୍ଷ ପ୍ରାପ୍ତିର ମାର୍ଗ ଦେଖାଉଛନ୍ତି । କିଛି ଅଲୌକିକ ଶକ୍ତି ତାଙ୍କୁ ଆଧ୍ୟାତ୍ମିତ ଜଗତକୁ ଟାଣିଆଣିଛି ।  ଜୟପୁରରେ ଆୟୋଜିତ କଳ୍‌କୀ ମହାଯଜ୍ଞରେ ସେ ଲୋକଙ୍କୁ ଦେଉଛନ୍ତି ମୋକ୍ଷ ପ୍ରାପ୍ତିର ମନ୍ତ୍ର ।

{"id":74926}

ଗ୍ଲାମର ଦୁନିଆ ଛାଡିବା ଏତେ ସହଜ କଥା ନୁହେଁ । ଯଦି ଜଣେ ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଉଛି ତେବେ ସମସ୍ତେ ଖୁସି ହେବା କଥା ବୋଲି କହିଛନ୍ତି ଶ୍ବେତା ଓରଫ ମାତା ମାହେଶ୍ବରୀ । କିଛି ଦୈବୀ ଶକ୍ତି ଯୋଗୁଁ ସେ ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଇଛନ୍ତି । ଏମିତି କେହି ଖାଲି ଖାଲିରେ ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆକୁ ଚାଲି ଆସିବ ନାହିଁ ବୋଲି ସେ କହିଛନ୍ତି ।

{"id":74933,"width":579,"height":321}

ଗତ ୧୦ତାରିଖରୁ ଜୟପୁର ସ୍ଥିତ ସୌରାଗୁଡାରେ ଆୟୋଜିତ କଳକୀ ମହାଯଜ୍ଞରେ ମାତା ମାହେଶ୍ବରୀଙ୍କୁ ପଦ୍ମ ଫୁଲ ଆସନରେ ବସିଥିବା ଦେଖିବାକୁ ମିଳିଛି । ମହାଯଜ୍ଞରେ ବାବା ସପ୍ତଫେଣୀ ନାଗର ଆସନରେ ବସିଥିବା ବେଳେ ମାତା ମାହେଶ୍ବରୀ ବସୁଛନ୍ତି ପଦ୍ମଫୁଲର ଆସନରେ । ଭକ୍ତମାନେ ତାଙ୍କୁ ପୂଜା କରୁଛନ୍ତି, ଆଳତୀ କରୁଛନ୍ତି ତାଙ୍କ ପାଦ ତଳେ ପୂଜା ମଧ୍ୟ କରୁଛନ୍ତି ।

{"id":74934,"width":553,"height":562}

ଗତ ୧୮ବର୍ଷ ଧରି ସେ ବାବା ଅନନ୍ତ କେଶରୀଙ୍କ ସହ ମିଶି ବିଶ୍ବଶାନ୍ତି ପାଇଁ ଏଭଳି ମହାଯଜ୍ଞର ଆୟୋଜନ କରୁଛନ୍ତି । ଜୟପୁରରେ ୨୬ନମ୍ବର ମହାଯଜ୍ଞର ଆୟୋଜନ କରାଯାଇଛି । ୨୭ ନମ୍ବର ମହାଯଜ୍ଞ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସୂଚନା ରହିଛି । ଏହିଭଳି ବିଭିନ୍ନ ସ୍ଥାନରେ ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜନ କରି ଟଙ୍କା ଆଦାୟ କରୁଛନ୍ତି । ତାଙ୍କର ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ତେବେ ଆତ୍ମଘୋଷିତ ବାବା-ମାତାଙ୍କୁ ନେଇ ବିବାଦ ମଧ୍ୟ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.