ଆସିଲା ଆଲବମ ଅଭିନେତ୍ରୀ ସିମରନ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟ: ମୁଣ୍ଡରେ ଏବଂ ଛାତିରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି

Published By : Prameya-News7 Bureau | January 06, 2019 IST

ଝାରସୁଗୁଡା ୬/୧ : ଆସିଲା ସିମରନ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟ | ମୁଣ୍ଡରେ ପଥର ମାଡ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି | ସିମରନଙ୍କ ମୁଣ୍ଡ ଏବଂ ଛାତିରେ ଆଘାତ ଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଜଣାପଡିଛି | ପୋଷ୍ଟ ମର୍ଟମ ରିପୋର୍ଟ ଆସିଥବାରୁ ଆଗକୁ ସିମରନଙ୍କ ମୃତ୍ୟୁର ଗୁମର ଫିଟିବାର ସମ୍ଭାବନା ରହିଛି | ଅପରପକ୍ଷରେ ସିମରନଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ କରୁଛି ପୋଲିସ | ସିମରନଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ଶନିବାର ଦିନ ଝାରସୁଗୁଡା ପୋଲିସ ପ୍ରେମିକ ଧ୍ରୁବ ସୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି | ସିମରନ ନାବାଳିକା ଥିବାରୁ ପୋକସୋ ଆଇନ ଅନୁଯାୟୀ, ଧ୍ରୁବଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି | ଧ୍ରୁବ ସିମରନଙ୍କୁ ବିବାହ କରିଥିବା ଶୁକ୍ରବାର ବେଲପଡା ପୋଲିସ ଆଗରେ ସ୍ୱୀକାର କରିଥିଲେ | ତେବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସିମରନଙ୍କ ମା' ଦାବି କରିଛନ୍ତି |

{"id":70852}


ତେବେ ପୋଷ୍ଟ ମର୍ଟମ ପରେ ବି ପୋଲିସ ଏହା ସ୍ପଷ୍ଟ କରିପାରୁନି ଯେ, ଏହା ହତ୍ୟା ନା ଆତ୍ମହତ୍ୟା | ଏଠାରେ ପ୍ରଶ୍ନ ଉଠୁଛି ସିମରନ ପିସି ବ୍ରିଜ ନିକଟକୁ ଆସିଲେ କେମିତି | କାରଣ ତାଙ୍କ ପାଖେ ଦୁଇଟି ଟ୍ରେନ ଟିକେଟ ଥିଲା | କେସିଙ୍ଗାରୁ ଝାରସୁଗୁଡା ଯିବାପାଇଁ ମଧ୍ୟ ଟିକେଟ ଥିଲା | ତେବେ ହୀରାକୁଦ ଷ୍ଟେସନରେ ସମଲେଶ୍ୱରୀ ଟ୍ରେନରୁ ଓହ୍ଲାଇବା ପରେ ସେ ପିସି ବ୍ରିଜ ନିକଟକୁ ଏକ ଆସିଥିଲେ ନା ତାଙ୍କ ସହ ଆଉ କିଏ ଆସିଥିଲା ତାହା ଜଣାପଡିନାହିଁ | କିନ୍ତୁ ବ୍ରିଜ ଉପରୁ ପଡିବ ପରେ ତାଙ୍କର ମୃତ୍ୟୁ ହୋଇଛି ଏହା ପୋଷ୍ଟ ମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି | ତେବେ ସେ ନିଜେ ବ୍ରିଜ ଉପରୁ ଡେଇଁଛି ନା ତାଙ୍କୁ ତାଙ୍କୁ କିଏ ଧକ୍କା ଦେଇଛି ତାହା ସ୍ପଷ୍ଟ ହୋଇନାହିଁ |

{"id":70853,"width":580,"height":767}


ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ବୁର୍ଲା ପାୱାର ଚାନେଲ ବ୍ରିଜ ତଳୁ ସିମରନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ହୀରାକୁଦ ପୋଲିସ ଉଦ୍ଧାର କରିଥିଲା | ତା’ପରେ ସିମରନ ଜଣେ ଆଲବମ ଅଭିନେତ୍ରୀ ବୋଲି ଜଣାପଡିଥିଲା | ସିମରନଙ୍କ ଫୋନ ଜବତ ହେବାପରେ ବିଭିନ୍ନ ଗୁମର ଖୋଲିବାରେ ଲାଗିଛି | ସିମରନଙ୍କ ନିଜ ଘର ଝାରସୁଗୁଡା ନିକଟସ୍ଥ ଭୂଲିୟାଟିକ୍ରାରେ | ତାଙ୍କୁ ବୟସ ମାତ୍ର ୧୭ ବର୍ଷ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.