Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୃତ ଆଲବମ ଅଭିନେତ୍ରୀ ସିମରନଙ୍କୁ ଅପହରଣ ଓ ନିର୍ଯ୍ୟାତନା ମାମଲା : ପୁରୁଷ ବନ୍ଧୁ ଧ୍ରୁବରାଜକୁ ଝାରସୁଗୁଡା ଆଣିଲା ପୋଲିସ

5/01/2019 at 1:38 PM

ଝାରସୁଗୁଡା ୫/୧ : ମୃତ ଆଲବମ ଅଭିନେତ୍ରୀ ସିମରନ ଗତ ୧୮ ତାରିଖରେ ଝାରସୁଗୁଡା ପୋଲିସ ଆଗରେ ଦେଇଥିବା ଏତଲା ଏବଂ ଏପ୍ରିଲ ମାସରେ ମୃତ ସିମରନଙ୍କ ମା’ ଝାରସୁଗୁଡା ଥାନାରେ ଦେଇଥିବା ଏତଲା ଆଧାରରେ ସିମରନଙ୍କ ତଥାକଥିତ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାକୁ ଝାରସୁଗୁଡା ପୋଲିସ ଆଜି ବଲାଙ୍ଗୀରରା ବେଲପଡାରୁ ଝାରସୁଗୁଡା ଆଣି ପଚରାଉଚୁରା ଆରମ୍ଭ କରିଛି |


ସୂଚନାଯୋଗ୍ୟ ଯେ, ୩ ତାରିଖ ଦିନ ବୁର୍ଲା ପାୱାର ଚାନେଲ ବ୍ରିଜ ତଳୁ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତଦେହ ମିଳିଥିଲା | ସିମରନଙ୍କୁ ତାଙ୍କ ପୁଋଷବନ୍ଧୁ ଧ୍ରୁବରାଜ ସୁନା ହତ୍ୟା କରି ବ୍ରିଜ ତଳେ ଫିଙ୍ଗି ଦେଇଥିବା ମୃତ ସିମରନଙ୍କ ମା ରାନୀ ସିଂ ପୋଲିସ ନିକଟରେ ଅଭିଯୋଗ କରିଥିଲେ | ସିମରନଙ୍କ ମୃତ୍ୟୁ ରହସ୍ୟ ଉଦଘାଟନ ପାଇଁ ମୃତଦେହ ଉଦ୍ଧାର କରିଥିବା ହୀରାକୁଦ ପୋଲିସ ତଦନ୍ତ ଚଳାଇଛି | ତେବେ ମୃତ୍ୟୁ ପୂର୍ବରୁ ସିମରାନ ଗତ ଡିସେମ୍ବର ୨୮ ତାରିଖରେ ଅଭିଯୋଗ କରିଥିଲେ ଯେ, ତାଙ୍କ ବୟସ ମାତ୍ର ୧୭ ବର୍ଷ | ଧ୍ରୁବରାଜ ସୁନା ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା | ଏକଥା ପରିବାର ଲୋକେ ଜାଣିବା ପରେ ଧ୍ରୁବରାଜ ସହ ସମ୍ପର୍କ ନରଖିବା ପାଇଁ ତାଗିଦ କରିଥିଲେ | ସେହି ଅନୁସାରେ ସେ ଧ୍ରୁବରାଜ ସହ ମିଳାମିଶା ବନ୍ଦ କରିଥିଲେ | ଏହାପରେ ଧ୍ରୁବରାଜ ତାଙ୍କୁ ଡରାଧମକା କରିବାସହ ମାରପିଟ କରିଥିଲା |

ଗତବର୍ଷ ଏପ୍ରିଲ ମାସରେ ତାଙ୍କୁ ଘରୁ ଉଠାଇ ନେଇଯାଇଥିଲା | ବିବାହରା ପ୍ରଲୋଭନ ଦେଖାଇ ବରାବର ଶାରୀରିକ ସମ୍ପର୍କ ରଖୁଥିଲା | କିନ୍ତୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲା | ଏପରିକି ଧ୍ରୁବରାଜ ମା ମଧ୍ୟ ଯୌତୁକ ଆଣିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ | ସେ କାମ କରିବାକୁ ଚାହୁଁନଥିବା ସତ୍ୱେ ତାଙ୍କୁ ବାଧ୍ୟ କରି କାମ କରିବାକୁ ପଠାଯାଉଥିଲା | ତାଙ୍କୁ ଅପହରଣ କରିନେବାପରେ ତାଙ୍କ ପରିବାର ପକ୍ଷରୁ ଏପ୍ରିଲ ମାସରେ ଏତଲା ଦିଆଯାଇଥିଲା | ପୋଲିସ ମଧ୍ୟ ଖୋଜାଖୋଜି କରିଥିଲା | କିନ୍ତୁ ଧ୍ରୁବରାଜ ଭୟରେ ସିମରନ ପରିବାର କି ପୋଲିସରା ସାଥ ଦେଇପାରିନଥିଲେ | ମୌକା ଦେଖି ସେ ଧ୍ରୁବରାଜ କବଳରୁ ଖସି ଆସିବାପରେ ପୋଲିସରେ ଅଭିଯୋଗ କରୁଥିବା ଏତଲା ପରେ ଦର୍ଶାଇଥିଲେ |


ଏହି ଦୁଇଟି ଏତଲା ଆଧାରରେ ପୋଲିସ ଧ୍ରୁବରାଜ ସୁନାକୁ ଜେରା କରୁଥିବା ଜଣାପଡିଛି | ସିମରନ ନାବାଳିକା ଥିବାରୁ ଧ୍ରୁବରାଜ ବିରୋଧରେ ପୋକସୋ ଆକ୍ଟରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି |


ଆଲବମ ଅଭିନେତ୍ରୀ ସିମରନ ଅତିକମ ବୟସରୁ ଅଭିନୟ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦିତ କରିଆସିଥିଲେ | ବିଭିନ୍ନ ସମ୍ବଲପୁରୀ ଆଲବମରେ ଅଭିନୟ କରିବାସହ ଷ୍ଟେଜ ଶୋ ମଧ୍ୟ କରୁଥିଲେ | କଳାହାଣ୍ଡିରା କେସିଙ୍ଗା ଠାରେ ନୂଆବର୍ଷ ପାଇଁ ଆୟୋଜିତ ଏକ ଶୋରେ ଯୋଗ ଦେଇଥିଲେ | ସେଠାରୁ ସେ ୨ ତାରିଖରେ ଫେରିବାପରେ ୨ ତାରିଖ ରାତିରେ ହିଁ ସନ୍ଦେହ ଜଣକ ଅବସ୍ଥାରେ ମୃତ୍ୟୁ ହୋଇଥିଲା | ୩ ତାରିଖ ସକଲୁଇ ହୀରାକୁଦ ପୋଲିସ ବୁର୍ଲା ପାୱାର ଚାନେଲ ବ୍ରିଜ ତଳୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା | ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି |

   Related Posts