ସିମରନ ମୃତ୍ୟୁ ଘଟଣା: ଶେଷରେ ପୁରୁଷ ବନ୍ଧୁ ଧ୍ରୁବରାଜକୁ ପୋଲିସ ଗିରଫ କରି କଲା କୋର୍ଟ ଚାଲାଣ, “ସିମରନ ଆଗରୁ ବି ୪ ଥର କରିଥିଲେ ଆତ୍ମହତ୍ୟା ଉଦ୍ୟମ”

Published By : Prameya-News7 Bureau | January 05, 2019 IST

ଝାରସୁଗୁଡା ୫|୧: ଝାରସୁଗୁଡା ମୃତ ଆଲବମ ଅଭିନେତ୍ରୀ ସିମରନ ଓ ତାଙ୍କ ପରିବାରଙ୍କ ଅଭିଯୋଗ ଆଧାରରେ ପୋଲିସ ଆଜି ଧ୍ରୁବରାଜ ସୁନାକୁ ଗିରଫ କରିଛି। ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମ୍ରନ ସିଂହର ସନ୍ଦେହଜନକ ମୃତ୍ୟୁ ମାମଲାରେ ସିମ୍ରନର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ସିମ୍ରନ ର ପୁରୁଷବନ୍ଧୁ ଧ୍ରୁବରାଜକୁ ଗତକାଲି ବେଲପଡ଼ା ପୋଲିସ ଅଟକ ରଖିଥିଲେ।ଆଜି ଝାରସୁଗୁଡା ପୋଲିସ ଧ୍ରୁବରାଜକୁ ଆଣି ଅଧିକ ପଚରା ଉଚରା କରିବା ପରେ ଡାକ୍ତରୀ ପରୀକ୍ଷା କରିଥିଲା ।

{"id":70655}

ପୁର୍ବରୁ ସିମ୍ରନ ପରିବାର ପକ୍ଷରୁ ଦିଆଯାଇଥିବା ୨ ଟି ପୃଥକ ପୃଥକ ମାମଲାରେ ଆଇପିସି ର ଧାରା ୩୬୬ ,୩୭୬  ଓ ପୋକ୍ସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଦୁବରାଜ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସିମ୍ରନ ପୂର୍ବରୁ ମଧ୍ୟ ୪ ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ବୋଲି କହିଛି।ଝାରସୁଗୁଡା ପୋଲିସ ଦୁବରାଜକୁ ଗିରଫ କରିବା ପରେ ଏହି ମାମଲାର ତଦନ୍ତକୁ ବ୍ୟାପକ କରିଛି । ଏଥି ସହ ଆଉ ଯାହାର ସମ୍ପୃକ୍ତି ଜଣାଅପଡିବ ତାକୁ ଆଇନର ଜାଲରେ ପକାଯିବ ବୋଲି ପୋଲିସ କହିଛି।

{"id":70656}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.