Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅଭିନେତ୍ରୀଙ୍କ ‘କରୋନା’ ଚିତ୍ର: ଚକୋଲେଟ୍‌ ଖାଉଥିଲେ… ବିକୁଛନ୍ତି ଫଳ

23/07/2020 at 4:24 PM

 ଭୁବନେଶ୍ବର୨୩/୭:  ଅଭିନେତ୍ରୀ ପ୍ରତିଭା ମହାରଣା ବା ରିଙ୍କି ବିକୁଛନ୍ତି ଫଳ। କରୋନା ଲକଡାଉନ ପାଇଁ ଏବେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ତାଲା ଝୁଲୁଛି।  ଅନେକ ଏବେ କାମ ଧନ୍ଦା ଅଭାବରୁ ଘରେ ରହିଛନ୍ତି।  ଏଭଳି ଅବସ୍ଥାରେ କାମ ଧନ୍ଦା ଅଭାବରୁ ଅର୍ଥାଭାବରେ ପଡ଼ିଛନ୍ତି କଳାକାର ଓ ଟେକନିସିଆନ।   ଏଭଳି ଅବସ୍ଥାରେ ଫଳ ବିକୁଛନ୍ତି ବିଗତ ଦିନର ହିଟ୍  ହିରୋଇନ ରିଙ୍କି । ଭୁବନେଶ୍ବର କଳିଙ୍ଗନଗର କେ ଫୋର୍  ସ୍ଥିତ ରାସ୍ତା କଡ଼ରେ ସେ ଏକ ଫଳ ଦୋକାନ ଖୋଲିଛନ୍ତି । କଳିଙ୍ଗନଗରରେ ଭଡ଼ାଘରେ ରହୁଥିବା ବେଳେ ଘର ମାଲିକଙ୍କଠାରୁ କିଛି ଟଙ୍କା ଧାର ଆଣି ସେ ଏହି ଦୋକାନ ଚଳାଉଛନ୍ତି। 

ଏକଦା ଆଲବମ ଇଣ୍ଡଷ୍ଟ୍ରିରେ ଖୁବ୍  ଜଣାଶୁଣା ଥିଲେ ପ୍ରତିଭା ମହାରଣା।  ତୋ ଚକଲେଟ ଖିଆ ବୟସ ଯାଇନି  ତାଙ୍କର ସବୁଠୁ ହିଟ୍  ଆଲବମ ଥିଲା।  ଏଥିସହିତ ସେ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି।  ମନ ଦେଇଥିଲି ମନୁ ଭାଇକୁ, ମିଛୁଆ ରାଧୁଆ ଗପ ସରିଲା, କିଣି ନେଲା ମନ କଳା ନାଗର, ହେ ଈଶ୍ବର କାନ୍ଦିବା ଆସ, ଭଲ ପାଇ କିଏ ଭଲରେ ଅଛି ଭଳି ଯାତ୍ରାରେ ସେ ଅଭିନୟ କରିଥିଲେ।  ତେବେ ଫଳ ବିକିବା  ସଂପର୍କରେ କଣ କହୁଛନ୍ତି ପ୍ରତିଭା ଆସନ୍ତୁ ଶୁଣିବା।…

   Related Posts