୨୦ କୋଟି ଟଙ୍କାରେ ବିକ୍ରି ହେଲା "ଭଗବାନଙ୍କ ଚିଠି" ; ଜାଣନ୍ତୁ କଣ ସେଇ ଚିଠି...

Published By : Prameya-News7 Bureau | December 05, 2018 IST

ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଦ୍ୱାରା ଲିଖିତ "ଭଗବାନଙ୍କ ଚିଠି" ବହୁତ ପ୍ରସିଦ୍ଧ | ଏହି ଚିଠି ୨୦ କୋଟି ୩୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି | ଜର୍ମାନୀ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଭଗବାନ ଏବଂ ଧର୍ମ ଉପରେ ନିଜର ବିଚାରଧାରାକୁ ଏହି ଚିଠିରେ ଉପସ୍ଥାପନା କରିଥିଲେ | ଏହି ପ୍ରସିଦ୍ଧ ଚିଠି ଆମେରିକାରେ ନିଲାମ ହୋଇଥିଲା | ଭାଷା ମୁତାବକ ଏହି ଚିଠି ଆଇନଷ୍ଟାଇନ ନିଜ ମୃତ୍ୟୁର ବର୍ଷେ ପୂର୍ବରୁ ଲେଖିଥିଲେ | ନିଲାମ ସଂସ୍ଥା କ୍ରିଷ୍ଟିଜ ସୂଚନା ଅନୁସାରେ ନିଲାମ ପୂର୍ବରୁ ଏହି ଚିଠିର ମୂଲ୍ୟ ୧୦ କୋଟି ୫୮ ଲକ୍ଷ ଟଙ୍କା ରଖାଯାଇଥିଲା | କିନ୍ତୁ ନିଲାମୀବେଳେ ଏହାର ମୂଲ୍ୟ ବଢି ବଢି ୨୦ କୋଟି ୩୮ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା | ୧୯୫୪ ମସିହା ଜାନୁଆରୀ ୩ ତାରିଖରେ ଏହି ଚିଠି ଲେଖାଯାଇଥିଲା | ଦୁଇ ପୃଷ୍ଠା ବିଶିଷ୍ଟ ଏହି ଚିଠି ଜର୍ମାନୀର ଦାର୍ଶନିକ ଏରିକ ଗଟକାଉଣ୍ଡଙ୍କ ପାଖକୁ ଲେଖାଯାଇଥିଲା | ଏରିକ ଗଟକାଉଣ୍ଡ ଆଇନଷ୍ଟାଇନଙ୍କୁ ନିଜର ଏକ ବହି ପ୍ରଦାନ କରିଥିଲେ | ବହିଟିର ନାଁ ଥିଲା "ଚୁଜ ଲାଇଫ: ଦ ବିବଲିକଲ କଲ ଟୁ ରିବୋଲ୍ଟ" ଆଇନଷ୍ଟାଇନ ନିଜ ଚିଠିରେ କଣ ଲେଖିଥିଲେ ପଢନ୍ତୁ - ଆଇନଷ୍ଟାଇନ ନିଜ ଚିଠିରେ ଲେଖିଥିଲେ " ମୋ ପାଇଁ ଭଗବାନ ଶବ୍ଦର ଅର୍ଥ କିଛି ନାହିଁ ବରଂ ଅଭିବ୍ୟକ୍ତି ଏବଂ ମଣିଷର ଦୁର୍ବଳତାର ଏକ ପ୍ରତୀକ ମାତ୍ର | ବାଇବେଲ ଏକ ପୂଜନୀୟ ପୁସ୍ତକ, କିନ୍ତୁ ଏବେ ମଧ୍ୟ ପ୍ରାଚୀନ କିମ୍ବଦନ୍ତୀର ଏକ ସଂଗ୍ରହ | ଏହାର କୌଣସି ବ୍ୟାଖ୍ୟା ନାହିଁ କି କୌଣସି ରହସ୍ୟ ମଧ୍ୟ ମହତ୍ଵପୁର୍ଣ ନୁହେଁ ଯାହାକି ମୋ ଭିତରେ କିଛି ପରିବର୍ତ୍ତନ ଆଣିପାରେ | ଆଇନଷ୍ଟାଇନ ୧୭ ଦଶନ୍ଧିର ଇହୁଦୀ ଡଚ ଦାର୍ଶନିକ ବାରୁଚଙ୍କ ବିଷୟରେ ବଖାଣିଥିଲେ | ଦାର୍ଶନିକ ବାରୁଚ ମଣିଷର ଦୈନନ୍ଦିନ ଜୀବନରେ ମଣିଷ ବିଶ୍ୱାସ କରୁଥିବା ମନବରୂପୀ ଦେବତାକୁ ମିଛ ବୋଲି କହୁଥିଲେ | ସେ ଏହି ମନବରୂପୀ ଦେବତା ଉପରେ ବିଶ୍ୱାସ କରୁନଥିଲେ | ସେ କେବଳ ବିଶ୍ୱାସ କରୁଥିଲେ ଯେ, ଭଗବାନ ବ୍ରହ୍ମାଣ୍ଡର ଉତ୍କୃଷ୍ଟ ସୁନ୍ଦରତା ଏବଂ ବ୍ୟବସ୍ଥା ପାଇଁ ଦାୟୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.