Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସିରିଜ୍ ଧକ୍କା କରି ଆତଙ୍କ ଖେଳାଇଥିଲା କାର୍ ଡ୍ରାଇଭର, ସାହସ କରି କାର୍ ଭିତରକୁ କୁଦି ପଡିଲେ ଯୁବକ, ଏକ ଭୟଙ୍କର ଷ୍ଟଣ୍ଟ୍ କିନ୍ତୁ ଭୁରି ଭୁରି ପ୍ରଶଂସା

27/04/2021 at 12:44 PM

ଅଲବାନିଆ, ୨୭।୦୪:  ମନଇଚ୍ଛା ଗାଡି ଚଳାଉଥିଲେ ଡ୍ରାଇଭର । ରୋକିବାକୁ କାର୍‌ ଝରକା ଭିତରକୁ ଡେଇଁ ରୋକିଲେ ଜଣେ ଯୁବକ । ଅମାନିଆ ଡ୍ରାଇଭରକୁ ରୋକିବା ପାଇଁ କଲେ ଚେଷ୍ଟା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅଲବାନିଆ ରାଜଧାନୀର ମେନ୍ ସ୍କୋୟାରରେ ।ଯାହାର ଭିଡିଓ ଫୁଟେଜ୍ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାର ଦୃଶ୍ୟ ଏକାଧିକ କ୍ୟାମେରାରେ ରେକର୍ଡ ହୋଇଥିଲା । ଏହି କ୍ୟାମେରା ସବୁ ଦେଶର ସାଧାରଣ ନିର୍ବାଚନ ପ୍ରସାରଣ ପାଇଁ ରଖାଯାଇଥିବା ବେଳେ ଘଟଣା ଘଟିଥିଲା । ଫୁଟେଜରେ ଦେଖିବାକୁ ମିଳିଛି ଯେ, କାର୍‌ଟି ମନଇଛା ଯାଉଛି । ଏପରିକି ରାସ୍ତାରେ ଗୋଲ୍ ଗୋଲ୍ ହୋଇ ବୁଲୁଛି ।

ରାସ୍ତାରେ ଥିବା ଅନେକ ଲୋକ ଅମାନିଆ କାର୍‌ ଡ୍ରାଇଭରଙ୍କୁ ଦେଖୁଥିଲେ ମଧ୍ୟ ରୋକିବାକୁ ସାହସ କରିପାରୁ ନଥିଲେ । ଆଉ କିଛି କାର୍‌ର ଝରକାରେ ଡ୍ରାଇଭରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । କିନ୍ତୁ ଜଣେ ଯୁବକ ସାହାସର ସହ କାର୍ କାଚ ଡେଇଁ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ପୋଲିସର କହିବାନୁସାରେ, ୩୨ ବର୍ଷୀୟ ଡ୍ରାଇଭର ଜଣଙ୍କ ପୂର୍ବରୁ ତିନୋଟି କାର୍‌କୁ ଧକ୍କା ଦେଇ ଫେରାର ହୋଇଯାଉଥିଲେ । ନିଶାରେ ସେ ଏପରି କରିଥିବା ସନ୍ଦେହ କରାଯାଉଛି।  କାର୍ ଭିତରକୁ ଡିଆଁ ମାରିଥିବା ଯୁବକଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି । ତେବେ ଯୁବକଜଣଙ୍କର ଏହି ସାହସ ପାଇଁ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି ।  

   Related Posts