Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଅଲାୟାଙ୍କ ସୁପର୍ ବୋଲ୍ଡ ଫଟୋ ଭାଇରାଲ, ଫ୍ୟାନ୍ସ୍ କହିଲେ- ‘ବଢିଯାଉଛି ହୃଦସ୍ପନ୍ଦନ’

26/12/2020 at 11:10 AM

ମୁମ୍ବାଇ,୨୬/୧୨: ପୂଜା ବେଦୀଙ୍କ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରଓ୍ୱାଲ ପୁଣି ଥରେ ନିଜର ସୁପର୍ ଗ୍ଲାମର୍ ଫଟୋ ପୋଷ୍ଟ୍ କରି ଚର୍ଚ୍ଚାରେ ରହିଛନ୍ତି । ସେ ସର୍ବଦା ନିଜର ବୋଲ୍ଡ ସିନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ସୈଫ୍ ଅଲ୍ଲୀ ଖାନ ଓ ତବୁଙ୍କ ଫିଲ୍ମ ଜବାନୀ ଜାନେମନରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ନିକଟରେ ଅଲାୟା ଇନଷ୍ଟାଗ୍ରାମରେ ନଜର ସୁପର ବୋଲ୍ଡ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ଅଲାୟା ବ୍ଲାକ୍ ଆଉଟ୍ ଫିଟରେ ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ ମାନେ ଛାତିରେ ନିଆଁ ଲାଗିଯାଇଥିବା କହିଛନ୍ତି । ଏପରିକି ଆଉ କିଛି ଫ୍ୟାନ୍ ଫଟୋ ଦେଖିବା ପରେ ହୃତସ୍ପନ୍ଦନ ବଢିଥିବା ମଧ୍ୟ କେମଣ୍ଟ କରିଛନ୍ତି ।

ଅଲାୟାଙ୍କ ଏହି ଫଟୋକୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି । ସେ ସଟ୍ ଡ୍ରେସ୍ ସହ କଳା ରଙ୍ଗର ଏକ ଜ୍ୟାକେଟ୍ ମଧ୍ୟ ପିନ୍ଧିଛନ୍ତି । ସେ ଫଟୋ ସେୟାର କରି ଲେଖିଛନ୍ତି ଯେ, ସେ ସର୍ବଦା ଷ୍ଟୁଲରେ ଏପରି ବସିଥାନ୍ତି । ଏହି ଫଟୋକୁ ଇନଷ୍ଟାଗ୍ରାମରେ ୯୧.୩ ହଜାରରୁ ଅଧିକ ଲାଇକ୍ ମିଳିଛି ।

ସୂଚନାଯୋଗ୍ୟ, ପୂଜା ବେଦୀଙ୍କ ଝିଅ ଅଲାୟା ଜବାନୀ ଜାନେମନରେ ବଲିଉଡରେ ପାଦ ରଖିଥିଲେ । ନିର୍ମାତା ଜେ ଶେବକରମାଣୀଙ୍କ ସହ ସେ ତିନୋଟି ଫିଲ୍ମ ପାଇଁ ସାଇନ୍ କରିଛନ୍ତି ।

   Related Posts