ଚଳିତବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳିଛି ନୂଆ ପରମ୍ପରା, ମହାନଦୀର ପୂଜାର୍ଚ୍ଚନା ସାଙ୍ଗକୁ ହେଉଛି ଆଳତୀ

Published By : Prameya-News7 Bureau | November 20, 2019 IST

କଟକ ୨୦।୧୧: ବାଲିଯାତ୍ରା ସହିତ ଚଳିତବର୍ଷ କିଛି ନୂଆ ପରମ୍ପରା ଯୋଡି ହୋଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ମହାନଦୀ ଆଳତୀ । ସଂଧ୍ୟା ନଇଁବା ମାତ୍ରେ ମହାନଦୀ ପଠାରେ ଦେଖିବାକୁ ମିଳୁଛି ଏକ ଭକ୍ତିଭାବ ଭରା ପରିବେଶ । ଶତାଧିକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ମହାନଦୀର ପୂଜା ଅର୍ଚ୍ଚନା କରାଯାଉଛି । ସେମିତି ଲୋକ କଳା ଏବଂ ଲୋକ ସଙ୍ଗୀତ ପାଇଁ ଉଦ୍ଦିଷ୍ଟ ଥିବା ମଞ୍ଚରେ ପ୍ରତ୍ୟେହ ଦେଖିବାକୁ ମିଳୁଛି ନାନାଦି ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହାକୁ ନେଇ ଉଭୟ ଦର୍ଶକ ଏବଂ କଳାକାରମାନେ ସନ୍ତୁଷ୍ଟି ପ୍ରକାଶ କରୁଛନ୍ତି ।

{"id":187204,"sizeSlug":"large"}

ମହାନଦୀକୁ ଛାଡି ବାଲିଯାତ୍ରାର ପରିକଳ୍ପନା କରିବା ହୁଏତ ସମ୍ଭବ ନୁହେଁ । ଯେଉଁ ବାଲିଯାତ୍ରାର ବିସ୍ତୀର୍ଣ୍ଣ ପଠାରେ ଏବେ ଚାଲିଛି ବାଲିଯାତ୍ରା । ସେହି ମହାନଦୀର ଗୁଣ ଗାରିମାକୁ ମନେ ପକାଇବାଲାଗି ଏଥର କିଛି ଭିନ୍ନ ପଦକ୍ଷେପ ନେଇଛି ପ୍ରଶାସନ । ମହାନଦୀରେ ପ୍ରତ୍ୟେହ ନୌକା ବିହାର ହେଉଛି, ଯାହାର ମଜ୍ଜା ନେଉଛନ୍ତି ସାଧାରଣ ଲୋକେ । ସେପଟେ ସଂଧ୍ୟା ନଇଁଲା ମାତ୍ରେ ମହାନଦୀ ପଠାରେ ସମବେତ ହେଉଛନ୍ତି ହୋଇଛି ଶତାଧିକ ସଂଖ୍ୟକ ଲୋକ । ଭଜନ କୀର୍ତ୍ତନ ଭିତରେ ଆରମ୍ଭ ହେଉଛି ମହାନଦୀର ଆଳତି ।   

{"id":187205,"sizeSlug":"large"}

ଚଳିତ ବର୍ଷ ଲୋକକଳା ଏବଂ ଲୋକ ନୃତ୍ୟ ପାଇଁ ଭିନ୍ନ ଏକ ପ୍ଲାଟଫର୍ମ ହୋଇଛି । ଯେଉଁଠି ଦିନବେଳା ହେଉଛି ପଥୋତ୍ସବ ଏବଂ ଅପରାହ୍ନରେ ଦେଖିବାକୁ ମିଳୁଛି ଓଡିଆ କଳଆ ସଂସ୍କୃତିର ଝଲକ । ଦୈନିକ ଏହି ମଞ୍ଚରୁ ବିଭିନ୍ନ ପ୍ରକାରର ଲୋକନୃତ୍ୟକୁ ଉପଭୋଗ କରୁଛନ୍ତି ସମବେତ ଜନତା । ମଙ୍ଗଳବାର ଏହି ମଞ୍ଚରେ ପରିବେଷିତ ହୋଇଥିବା ଓଡିଶୀ ନୃତ୍ୟ, ବେଶ୍ ଚମତ୍କାର ଥିଲା, ପରେ ପରେ ମଞ୍ଚକୁ ଆସିଥିଲେ ବଡମ୍ବା କଳାତୀର୍ଥ ଅନୁଷ୍ଠାନର କଳାକାର ମାନେ । ଯେଉଁମାନେ ପରିବେଷଣ କରିଥିଲେ ନୃତ୍ୟ ।

{"id":187206,"sizeSlug":"large"}

ପ୍ରତ୍ୟେକ ବର୍ଷ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଲୋକନୃତ୍ୟ ଓ ସଙ୍ଗୀତ ଆଦି ପରିବେଷିତ ହୁଏ, କିନ୍ତୁ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବୈଷ୍ଣବ ପାଣି ମଞ୍ଚରେ ଏବେ ରକ୍‌ଷ୍ଟାରମାନେ ପରର୍ଫମ କରୁଥିବା ବେଳେ ସାଧାରଣ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ମଞ୍ଚରେ ସ୍ଥାନ ପାଇଛନ୍ତି ସ୍ଥାନୀୟ କଳାକାର ମାନେ, ଯାହା ଅନେକଙ୍କୁ ବ୍ୟଥିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.