ମନ୍ଦିର ଖୋଲିବାକୁ ସେବାୟତଙ୍କ ଅଭିନବ ପ୍ରତିବାଦ, ଦ୍ବିତୀୟ ଥର ପାଇଁ ବଜାଇଲେ ଘଣ୍ଟ ଘଣ୍ଟି

Published By : Prameya-News7 Bureau | October 28, 2020 IST

ବ୍ରହ୍ମଗିରି ୨୮।୧୦: ମନ୍ଦିର ଖୋଲିବାକୁ ସେବାୟତଙ୍କ ଅଭିନବ ପ୍ରତିବାଦ । ମନ୍ଦିର ଆଗରେ ଘଣ୍ଟ ଘଣ୍ଟି ବଜାଇ ମନ୍ଦିର ଖୋଲିବାକୁ ସେବାୟତମାନେ ଅଭିନବ ପ୍ରତିବାଦ କରିଛନ୍ତି । ସେବାୟତ ମହାସଂଘ ଡ଼ାକରାରେ ବୁଧବାର ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର ଆଗରେ ସେବାୟତମାନେ ଦ୍ଵିତୀୟ ଥର ଘଣ୍ଟ ଘଣ୍ଟି ବଜାଇ ପ୍ରତିବାଦ କରିଛନ୍ତି ।

{"id":352274,"sizeSlug":"large"}

ଦୀର୍ଘ ୭ ମାସରୁ ଉର୍ଦ୍ଧ୍ବ କରୋନା ମହାମାରୀ ପାଇଁ ମନ୍ଦିର ବନ୍ଦ ରହିଛି । ଯାହା ଫଳରେ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ୪୦ ପରିବାର ଦୁଃଖରେ ଦିନ କାଟୁଛନ୍ତି । ସରକାର ନିକଟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି କି ତାଙ୍କୁ ଆଲୋଚନା ପାଇଁ ଡାକୁନାହାଁନ୍ତି । ତେଣୁ ସେବାୟତମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖବାକୁ ମିଳିଛି । ଏବେ ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବାରୁ କଟକଣା ମଧ୍ୟରେ ମନ୍ଦିର ଖୋଲିବା ସହ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.