ଚଳଚଞ୍ଚଳ ବ୍ରହ୍ମଗିରି ଅଲାରନାଥଙ୍କ ପୀଠ

Published By : Prameya-News7 Bureau | June 29, 2018 IST

ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନ ନୀତି ଶେଷ ହେବାପରେ ଆଜିଠୁ ଅଣସରରେ ରହିବେ ଶ୍ରୀଜୀଉ । ଏଥିପାଇଁ ଚଳଚଞ୍ଚଳ ହେ।ଇଛି ବ୍ରହ୍ମଗିରି ଅଲାରନାଥଙ୍କ ପୀଠ । ଅଲାରନାଥରେ ଶ୍ରୀଜିଉମାନଙ୍କୁ ଅନବସରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଛି । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ସମଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଭୋର ୪ଟାରେ ଦ୍ବାରଫିଟା, ମଙ୍ଗଳ ଆଳତୀ, ଅବକାଶ, ତଡପଲାଗି ଆଦି ନୀତି ଆରମ୍ଭ ହୋଇ ସକାଳ ସାଢେ ୫ଟାରେ ଶେଷ ହୋଇଥିଲା । ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସାଢେ ୧୨ଟାରେ ସକାଳ ଧୂପ, ଅପରାହ୍ନ ୨ଟାରୁ ସାଢେ ୨ଟା ପହଡ଼, ପୁଣି ସାଢେ ୨ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ୭ଟାରେ ସରିବ । ସଂଧ୍ୟା ୭ଟା ୧୦ ରୁ ୭ଟା ୪୦ ସଂଧ୍ୟା ଆଳତୀ ଓ ମଇଲମ ବେଶ, ରାତି ୮ଟାରୁ ୮ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହୋଇ ରାତି ୧୨ ଟା ୧୦ରେ ପହଡ ପଡିବ । ଭକ୍ତମାନେ ବ୍ୟାରିକେଡ୍ ଦେଇ ଧାଡିରେ ଆସି ଦର୍ଶନ କରୁଛନ୍ତି । ଏଥର ପାରମାଣିକ ଟିକେଟ୍ ଦର୍ଶନ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି । ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ସହ ୯ଟି ସିସିଟିଭି ଦ୍ବାରା କଡା ନଜର ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.