Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଜିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଯାତ୍ରା, କରୋନା ପାଇଁ ପୀଠରେ ୧୪୪ ଧାରା

25/06/2021 at 7:25 AM

ବ୍ରହ୍ମଗିରି, ୨୫|୦୬: ଗୁରୁବାର ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ସ୍ନାନ ବେଦୀରେ ଦେବସ୍ନାନ କଲାପରେ ଏବେ ଜ୍ବରରେ ପୀଡିତ। ଅଣସର ପିଣ୍ଡିରେ  ଚଦୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ଗୁପ୍ତ ସେବା। ତେଣୁ ଏହି ସମୟରେ ୧୪ ଦିନ ପାଇଁ ବ୍ରହ୍ମଗିରିର ଅଲାରନାଥ ପୀଠ ପାଲଟିଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର।

ଏଠାରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ହେଲେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ  କରୋନା ମହାମାରୀ ପାଇଁ ଅଲାରନାଥ ପୀଠରେ ଲାଗିଛି ୧୪୪ ଧାରା। ଶୁକ୍ରବାରଠାରୁ ଠାରୁ ଆସନ୍ତା ୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

କେବଳ ସୀମିତ ପାଳିଆ ସେବାୟତଙ୍କ ଦ୍ବାରା ଅନବସର ନୀତି ଚାଲିବ। ସେହିପରି ଶୁକ୍ରବାର ଭୋର ୪ ଟାରେ ମହାପ୍ରଭୁଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ,ଅବକାଶ,ମଇଲମ,ଚନ୍ଦନ ତୁଳସୀ ଲାଗି ପରେ ବଲ୍ଲଭ ଧୂପ ହୋଇ ଅନ୍ୟନ୍ୟ ନୀତି ଚାଲିଛି।

   Related Posts