Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମାଡାମ୍‌, ଆପଣଙ୍କ ସ୍ବାମୀଙ୍କୁ କେହି ବଞ୍ଚାଇ ପାରିବେନି…, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବଙ୍କୁ ହତ୍ୟା ଧମକ

27/10/2021 at 7:14 PM

କୋଲକାତା ୨୭/୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଳାପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ମିଳିଛି। ଆଳାପନଙ୍କୁ ଜୀବନରୁ ମାରିଦେବାକୁ ନେଇ ଧମକପୂର୍ଣ୍ଣ ଚିଠି ତାଙ୍କ ପତ୍ନୀ ତଥା କୋଲକାତା ବିଶ୍ବବିଦ୍ୟାଳୟର କୂଳପତି ସୋନାଲୀ ଚକ୍ରବର୍ତ୍ତୀଙ୍କୁ ମିଳିଛି ।

ଏହି ଚିଠିରେ ଗୌରହରି ମିଶ୍ରଙ୍କ ନାଁରେ ଦସ୍ତଖତ ରହିଛି। ଚିଠିରେ ସେ  ରାଜାବଜାର ବିଜ୍ଞାନ ମହାବିଦ୍ୟାଳୟର ରସାୟନିକ ପ୍ରଦ୍ୟୋଗିକ ବିଭାଗରେ କାର୍ଯ୍ୟରତ ବୋଲି ଦର୍ଶାଇଛନ୍ତି। । ଏନେଇ କୋଲକାତା ପୋଲିସ ପକ୍ଷରୁ ବୁଧବାର ସୂଚନା ମିଳିଛି।  

ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ଚିଠିରେ ଅକ୍ଟୋବର ୨୨ ତାରିକ ଉଲ୍ଲେଖ ରହିଛି। ଏଥିରେ ଲେଖାଯାଇଛି, ‘ମହୋଦୟା, ଆପଣଙ୍କ ସ୍ବାମୀଙ୍କୁ ହତ୍ୟା କରିଦିଆଯିବ। ଆପଣଙ୍କ ସ୍ବାମୀଙ୍କ ଜୀବନ କେହି ବଞ୍ଚାଇ ପାରିବେ ନାହିଁ।’

ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚଳିତବର୍ଷ ମେ’ ମାସରେ ଚାକିରିରୁ ଅବସର ନେବା ପରେ ଆଳପାନ ବନ୍ଦୋପାଧ୍ୟାୟ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି ।

   Related Posts